Home ଓଡ଼ିଶା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

851

ବାଲିଗୁଡା, ୧୭/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ଏକ ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଗାଗାରିନ ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ରେ ଶନିବାର ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀ ରୁ ପ୍ରକାଶ ଯେ, ୨୦୧୬ ମସିହା ଅଗଷ୍ଟ ମାସ ୨୭ତାରିଖ ଦିନ ଦାରିଙ୍ଗବାଡି ଥାନା ଅଂଚଳରେ ଗାଗାରିନ ନିଜ ସ୍ତ୍ରୀ ପ୍ରଣୀତl କୁ ତାର ବାପ ଘର କୁ ଡାକି ଆଣି ଥିଲା ଓ ପରବର୍ତ୍ତୀ ସମୟ ରେ କୌଣସି କାରଣରୁ ଗାଗରିନ ନିଜ ସ୍ତ୍ରୀ କୁ ହତ୍ୟା କରିଥିଲା, ଏ ନେଇ ପ୍ରଣୀତl ର ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ କେଶ ଦେଇଥିଲା ଏବଂ ତାହା ଦାରିଙ୍ଗବାଡି ଥାନା କେଶ ନଂ.୧୧୮/୧୬ ପ୍ରକାରେ ଏକ ମକଦମା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ଶନିବାର ଦିନ ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦପଟ୍ଟନାୟକ ଅଭିଯୁକ୍ତ ଗାଗରିନ କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇ ଥିଲେ। ଏହି ମାମଲା କୁ ସରକାର ଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.