Home ଆନ୍ତର୍ଜାତୀୟ ବିବାହ ମଣ୍ଡପରେ ଆତ୍ମଘାତୀ ବିଷ୍ପୋରଣ : ୬୩ ମୃତ, ୧୭୧ ଆହତ

ବିବାହ ମଣ୍ଡପରେ ଆତ୍ମଘାତୀ ବିଷ୍ପୋରଣ : ୬୩ ମୃତ, ୧୭୧ ଆହତ

1081

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଶନିବାରଦିନ କାବୁଲର ଦାରୁଲମାନରେ ହୋଇଛି ବଡ଼ ଧରଣର ବିଷ୍ପୋରଣ। ଏଠାରେ ଅଳ୍ପସଂଖ୍ୟକ ଶିୟା ହଜାରା ସମୁଦାୟର ଲୋକ ରୁହନ୍ତି। ଏହି ସମୁଦାୟର ଲୋକମାନେ ଏକ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହି ସମୟରେ ଆତ୍ମଘାତୀ ବିଷ୍ପୋରଣ ହୋଇଥିଲା। ଏଥିରେ ପ୍ରାୟତଃ ୬୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୧ଜଣ ଆହତ ହୋଇଛନ୍ତି। ଆଫଗାନିସ୍ଥାନର ପତ୍ରକାର ବିଲାଲ ସରବରୀଙ୍କ ମୁତାବକ, ହଜାରା ସମୁଦାୟର ବିବାହ ମଣ୍ଡପରେ ବିଷ୍ପୋରଣ ହୋଇଥିଲା। ଗୃହ ମନ୍ତ୍ରଣାଳୟର ପ୍ରବକ୍ତା ନୁସରତ ରହିମିଙ୍କ କହିଛନ୍ତି, ଏହି ଘଟଣା ଶନିବାର ରାତିରେ ସ୍ଥାନୀୟ ସମୟ ୧୦.୪୦ (ଭାରତୀୟ ସମୟାନୁସାରେ ୧୧.୪୦) ରେ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ବିଷ୍ପୋରଣ ସମୟରେ ୱେଡିଙ୍ଗ ହଲରେ ଅନେକ ଅତିଥି ଥିଲେ। ଆହତମାନଙ୍କୁ ନିକଟରେ ଥିବା ହସ୍ପିଟାଲମାନଙ୍କରେ ଭର୍ତି କରାଯାଇଛି। ଏବେ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣାରେ ନିଜକୁ ଦାୟୀ କରିନାହାଁନ୍ତି।

୮ ଅଗଷ୍ଟରେ ମଧ୍ୟ ୧୪ ଲୋକଙ୍କର ମୃତ୍ୟୁ ହୋଇଥିଲା

କାବୁଲରେ ଚଳିତ ମାସରେ ଏହା ଦ୍ୱିତୀୟ ଆକ୍ରମଣ ଅଟେ। ୮ ଅଗଷ୍ଟ ରେ ହେଇଥିବା ବିଷ୍ପୋରଣରେ ୧୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୫ ଜଣ ଲୋକ ଆହତ ହୋଇଥିଲେ। ପଶ୍ଚିମୀ ନାମକ ସ୍ଥାନରେ ଆଫଗାନ ସୁରକ୍ଷାକର୍ମୀମାନଙ୍କୁ ତାଲିବାନ ଟାରଗେଟ୍ କରିଥିଲା। ଏଥିପାଇଁ କାରକୁ ବ୍ୟବହାର କରାଯାଇଥିଲା।

୨୮ ସେପ୍ଟେମ୍ବରରେ ହେବ ନିର୍ବାଚନ

ଆଫଗାନିସ୍ତାନରେ ୨୮ ସେପ୍ଟେମ୍ବରରେ ନିର୍ବାଚନ ହେବ। ଏହାକୁ ନେଇକରି ଆମେରିକା ଏବଂ ତାଲିବାନ ମଧ୍ୟରେ ଚାଲୁଛି ବାର୍ତ୍ତାଳାପ। ଏହା ସାଥିରେ ହିଁ ହିଂସା ବଢ଼ିଛି। ତାଲିବାନ ସହିତ ସଂଯୁକ୍ତ ରାଷ୍ଟ୍ର ଆମେରିକାର ବିଶେଷ ପ୍ରତିନିଧି ଜଲ୍ମାୟ ଖଲୀଲଜାଦଙ୍କର ଅଷ୍ଟମ ଚରଣ ବାର୍ତ୍ତାଳାପ ହୋଇସାରିଲାଣି। ଖଲୀଲଜାଦ ଏହି ଶାନ୍ତି ବାର୍ତ୍ତାକୁ ବହୁତ ସକାରାତ୍ମକ କହିଛନ୍ତି। ସେ କହିଛନ୍ତି କି ଆମେରିକାରେ କୌଣସି ଅବସ୍ଥାରେ ଆଫଗାନିସ୍ତାନର ଭୂମିରେ ତାଲିବାନ ନିୟନ୍ତ୍ରଣରେ ଥିବା କ୍ଷେତ୍ର ଏବଂ ଅନ୍ତରାଷ୍ଟ୍ରୀୟ ଆତଙ୍କକବାଦର ଆଡ୍ଡା ବନିବାକୁ ଦେବେ ନାହିଁ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.