Home ଓଡ଼ିଶା ମନ୍ତ୍ରୀ କହିଲେ: ହେମା ମାଳିନୀଙ୍କ ଗାଲ ପରି ଚିକ୍କଣିଆ ହେବ ରାସ୍ତା!

ମନ୍ତ୍ରୀ କହିଲେ: ହେମା ମାଳିନୀଙ୍କ ଗାଲ ପରି ଚିକ୍କଣିଆ ହେବ ରାସ୍ତା!

880

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ପି.ସି ଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ହେମା ମାଳିନୀଙ୍କ ଗାଲ ପରି ଚିକ୍କଣିଆ ରାସ୍ତା କରିବେ ବୋଲି କହିଛନ୍ତି କଂଗ୍ରେସୀ ମନ୍ତ୍ରୀ ପି.ସି ଶର୍ମା।ମଧ୍ୟପ୍ରଦେଶର ଆଇନ ଓ ଜନ ସଂପର୍କ ମନ୍ତ୍ରୀ ପି.ସି ଶର୍ମା ରାଜ୍ୟର ଖରାପ ଅବସ୍ଥାରେ ଥିବା ରାସ୍ତାକୁ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ଭିଜଭର୍ଗିୟଙ୍କ ସହ ତୁଳନା କରିଛନ୍ତି। ପି.ସି ଶର୍ମା କହିଛନ୍ତି, ଭୋପାଳର ରାସ୍ତାର ଅବସ୍ଥା ଏବେ କୈଳାସ ଭିଜଭର୍ଗିୟଙ୍କ ଗାଲ ପରି ଥିବା ବେଳେ ଖୁବ୍‌ ଶୀଘ୍ର ଏହା ହେମା ମାଳିନୀଙ୍କ ଗାଲ ପରି ହେବ।ମନ୍ତ୍ରୀ ସଜ୍ଜନ ବାନାର୍ଜୀ ଓ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନିର୍ଦ୍ଦେଶରେ ହେଉଥିବା ଏହି ରାସ୍ତା ୧୫ ଦିନ ମଧ୍ୟରେ ପୂରା ହେମା ମାଳିନୀଙ୍କ ଗାଲ ପରି ଚକାଚକ ହୋଇଯିବ ବୋଲି ଶର୍ମା କହିଛନ୍ତି।ସୂଚନାଯୋଗ୍ୟ ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏହିପରି ସମାନ ମନ୍ତବ୍ୟ ଦେଇଥିଲେ।୨୦୦୭ ମସିହା ନିର୍ବାଚନ ପ୍ରଚାର ସମୟରେ ସେ ରାସ୍ତାକୁ ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ କରି ଦେବେ ବୋଲି କହିଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.