Home କୋରାପୁଟ     ତୃତୀୟ ଦିନରେ ହାଲ କର୍ମଚାରୀଙ୍କ  ଧର୍ମଘଟ

    ତୃତୀୟ ଦିନରେ ହାଲ କର୍ମଚାରୀଙ୍କ  ଧର୍ମଘଟ

140

କୋରାପୁଟ ୧୬-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ପେ-ରିଭିଜନ ସମେତ ଅନ୍ୟାନ୍ୟ ଦାବି  ପୂରଣ ନିମନ୍ତେ ସୋମବାରରୁ ଆରମ୍ଭ ହୋଇଥିବା ହିନ୍ଦୁସ୍ଥାନ ଏରୋନେଟିକସ ଲିମିଟେଡ(ହାଲ)କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଂଚିଛି । ଗତ ତିନି ଦିନରେ ହାଲ କାରଖାନା ସମ୍ପୂର୍ଣ ବନ୍ଦ ରହିଥିବାବେଳେ  ଉତ୍ପାଦନ କାର୍ଯ୍ୟ ଠପ ହେବା ସତ୍ୱେ ସରକାର ଏ ଯାଏ କୌଣସି ନିଷ୍ପତି ନେଇ ନାହାନ୍ତି,ଫଳରେ ହାଲର ବ୍ୟାପକ କ୍ଷତି ହେଉଥିବା ଜଣା ପଡିଛି । ଆସନ୍ତା ଦିନରେ ଧର୍ମଘଟକୁ ଅଧିକ ଜୋରଦାର କରା ଯିବ ବୋଲି  ବିଭିନ୍ନ ସଂଘ ଚେତାବନୀ ଦେଇଛି । କୋରପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ,ପଟ୍ଟାଙ୍ଗି ବିଧାୟକ ପୀତମ ପାଢିଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ   ଧର୍ମଘଟ  ପ୍ରତି ସମର୍ଥନ ଜଣାଇଥିବାବେଳେ  କଂଗ୍ରେସ ନେତା ତଥା ଡିସିସି ସାଧାରଣ ସମ୍ପାଦକ କୃଷ୍ନ କୁଳଦୀପ, ପିସିସି ସଦସ୍ୟ ଜଗଦିଶ ଖୋସ୍ଲା ପ୍ରମୁଖ ହାଲ କର୍ମଚାରୀଙ୍କ  ପ୍ରତି କେନ୍ଦ୍ର ସରକାର କରୁଥିବା ଅବିଚାରକୁ ସମାଲୋଚନା କରିଛନ୍ତି । ଗତକାଲି ଶ୍ରୀ କୁଳଦୀପ  ଆନ୍ଦୋଳନରତ କର୍ମଚାରୀଙ୍କୁ ଭେଟି ଆଲୋଚନା କରିବା ସହ  କର୍ମଚାରୀଙ୍କ ଦାବି ଗୁଡିକ କେନ୍ଦ୍ର ସରକାର ତୂରନ୍ତ ମାନି ନେବା ଉଚିତ ବୋଲି କହିଛନ୍ତି ।  ସୂଚନା ଥାଉକି କର୍ମଚାରୀ ସଂଘର  ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର  ୨୦୧୭ ଜାନୁଆରୀରେ ସମସ୍ତଙ୍କ ଦରମା ପୁନ ନିର୍ଦ୍ଧାରଣ  କରିବାର ଥିଲେ ମଧ୍ୟ  କେବଳ ଅଫିସର ମାନଙ୍କ ପେ-ରିଭାଇଜ୍ କରି ଚୁପ୍ ବସି ଯାଇଛନ୍ତି । ଗତ ୩୩ ମାସରେ ୧୫ଟି ବୈଠକ କରି ସୁଦ୍ଧା କେନ୍ଦ୍ର ସରକାର କର୍ମଚାରୀ ମାନଙ୍କର ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ସଂଘ ଅଭିଯୋଗ କରିଛି । ଅଫିସର ମାନଙ୍କୁ କେନ୍ଦ୍ର ସରକାର  ମୂଳ ଦରମାର ୧୫ ପ୍ରତିଶତ ଫିଟମେଂଟ ଆଲାଉନସ ଓ ୩୫ ପ୍ରତିଶତ ପ୍ର ଆଲାଉନସ ଦେଉଥିବାବେଳେ  କର୍ମଚାରୀଙ୍କ ପ୍ରତି  ଅନ୍ୟାୟ କରି ୧୧ ପ୍ରତିଶତ ଫିଟମେଂଟ ଆଲାଉନସ ଓ ୨୨ ପ୍ରତିଶତ ପ୍ର ଆଲାଉନସ୍ ଦେଉଥିବା ସଂଘ  ଅଭିଯୋଗ କରିଛି । ସେହିପରି ୨୦୧୭ରୁ ଦରମା ପୁନଃ  ନିର୍ଦ୍ଧାରଣ  କରିବାର ଥିଲେ ମଧ୍ୟ ୨୦୧୯ ଅକ୍ଟୋବର ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଏ ଯାଏ ଚୁପ ବସି ରହିବା  ସେମାନଙ୍କ ପ୍ରତି ଅବିଚାର କରୁଥିବା ସଂଘ ଅଭିଯୋଗ କରିବା ସହ  ସେମାନଙ୍କ ଦାବି ପୂରଣ ଯାଏ ଧର୍ମଘଟ ଜାରି ରହିବ ବୋଲି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.