Home ଓଡ଼ିଶା ଅର୍ଚ୍ଚନା ଏବେ କେଉଁ ଦଳରେ? ବିଜେପିଠାରୁ ଦୂରତାର କାରଣ କ’ଣ?

ଅର୍ଚ୍ଚନା ଏବେ କେଉଁ ଦଳରେ? ବିଜେପିଠାରୁ ଦୂରତାର କାରଣ କ’ଣ?

888

ଭୁବନେଶ୍ୱର: ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଏବେ କେଉଁ ଦଳରେ? ସେ ଏବେ କେଉଁ ଦଳରେ ଅଛନ୍ତି ନାଁ, ସେ ଏବେ ଜଣେ ସ୍ୱାଧୀନ ନେତ୍ରୀ?ନାଁ, ସେ ଆଉ ସକ୍ରିୟ ରାଜନୀତିରେ ନାହାଁନ୍ତି?ଅର୍ଚ୍ଚନା ନାୟକ ୨୦୦୪ରେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ସଂସଦୀୟ ଆସନରୁ ସାଂସଦ ଭାବରେ ଲଢ଼ି ନିର୍ବାଚନ ଜିତିଥିଲେ।ତେବେ ୨୦୦୯ ମସିହାରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।ଏବଂ ବିଜେପି ଟିକେଟରେ ଭୁବନେଶ୍ୱରରୁ ସାଂସଦ ଭାବରେ ଲଢ଼ିଥିଲେ।ତେବେ ସେ ନିର୍ବାଚନ ହାରି ଯାଇଥିଲେ।୨୦୧୩ରେ ସେ ବିଜେପି ଠାରୁ ଦୂରେଇ ଗଲେ।ଏହାପରେ ତାଙ୍କୁ ରାଜନୀତିରେ ଏତେଟା ସକ୍ରିୟ ଥିବା ଆଉ ଦେଖାଗଲା ନାହିଁ।କିନ୍ତୁ, ଏବେ ପାଟକୁରା ନିର୍ବାଚନ ସମୟରେ ଅର୍ଚ୍ଚନାଙ୍କୁ ବିଜେପି ପାର୍ଥି ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଥିବାର ଦେଖାଯାଇଥିଲା।

ତେବେ ଯାହା ଜଣାପଡ଼ୁଛି, ଅର୍ଚ୍ଚନା ନାୟକ ରାଜନୀତିରୁ ସନ୍ୟାସ ନେଇ ନାହାଁନ୍ତି।ରାଜନୀତି ପ୍ରତି ଏବେ ବି ତାଙ୍କର ସ୍ପୃହା ରହିଛି।ବିଜେଡିକୁ ଫେରି ନାହାଁନ୍ତି, କି କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳକୁ ଯାଇ ନାହାଁନ୍ତି।ପାଟକୁରା ଆସି ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି।କିନ୍ତୁ, ବିଜେପି ଭିତରେ ସେ ସକ୍ରିୟ ନାହାଁନ୍ତି କାହିଁକି?କୁହାଯାଏ, ଅର୍ଚ୍ଚନା ନାୟକ ଜଣେ ଫାୟାରବ୍ରାଣ୍ଡ ବକ୍ତା। ଏହା ସହ ଜଣେ ସ୍ବାଭିମାନୀ ବ୍ୟକ୍ତିତ୍ୱ।ତେବେ,ଶୁଣିବାକୁ ମିଳୁଛି ୨୦୧୯ ନିର୍ବାଚନରେ ସେ ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବା ପାଖ କୌଣସି ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ଚାହୁଁଥିଲେ।ଏଥିପାଇଁ କୁଆଡ଼େ ଅର୍ଚ୍ଚନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଧିକ ବାର ଆଲୋଚନା କରିଥିଲେ।ଧର୍ମେନ୍ଦ୍ର ବି କୁଆଡ଼େ ତାଙ୍କୁ ପ୍ରତିଶୃତି ଦେଇଥିଲେ।କିନ୍ତୁ ବୈଜୟନ୍ତ ପଣ୍ଡା ବିଜେପିକୁ ଆସିବା ଏବଂ ପରେପରେ ବିଜୟ ମହାପାତ୍ର ବିଜେପିକୁ ଫେରିବା ଏବଂ ବିଜେପିର ପରିବର୍ତ୍ତିତ ରଣନୀତି ଭିତରେ ଅର୍ଚ୍ଚନା ନାୟକ ଟିକେଟ ପାଇବାରୁ ବଞ୍ଚିତ ହେଲେ।ସେହିପରି ଅର୍ଚ୍ଚନା ନାୟକଙ୍କୁ ବିଜେପିର ଏକ ଗୋଷ୍ଠୀ ତୀବ୍ର ବିରୋଧ କରୁଥିବା କାରଣରୁ ତାଙ୍କର ବିଜେପିରେ ସକ୍ରିୟ ହେବା ସମ୍ଭବ ହେଉନି ବୋଲି କୁହାଯାଉଛି।ପାଟକୁରା ନିର୍ବାଚନ ସଂଯୋଜନା ଦାୟିତ୍ୱରେ ଥିବା ରାଜ୍ୟ ବିଜେପିର ଜଣେ ନେତାଙ୍କ ସମେତ ଜଣେ ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏବଂ ଆଉ ଦୁଇ ତିନି ଜଣ ରାଜ୍ୟ ନେତା ଓ ନେତ୍ରୀ ଅର୍ଚ୍ଚନାଙ୍କୁ ବିରୋଧ କରୁଥିବା ଆଲୋଚନା ହେଉଛି। //ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.