Home ଓଡ଼ିଶା ହ୍ବାଟସ ଆପରେ ପାଆନ୍ତୁ ନୂଆ ଫିଚର

ହ୍ବାଟସ ଆପରେ ପାଆନ୍ତୁ ନୂଆ ଫିଚର

525

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ହ୍ଵାଟ୍ସଆପ ଦୁନିଆର ସବୁଠାରୁ ପପୁଲାର ମେସେଜିଙ୍ଗ ପ୍ଲାଟଫର୍ମ ଅଟେ । ଫେସବୁକର ମାଲିକାନା ଥିବା ଏହି ମେସେଜିଙ୍ଗ ଆପର ଭାରତରେ ପାଖାପାଖି ୪୦ କୋଟିରୁ ଉର୍ଦ୍ଧ୍ୱ ଆକ୍ଟିଭ ୟୁଜର୍ସ ଅଛନ୍ତି । ୟୁଜର୍ସ ମାନଙ୍କର ଅନୁଭୂତିକୁ ଆଉ ଟିକେ ଭଲ କରିବା ପାଇଁ କମ୍ପାନୀ ଲଗାତାର ଭାବେ ଏଥିରେ ନୂଆ ନୂଆ ଫିଚର ଆଡ଼ କରିଥାଏ । ଯେଉଁଥିରେ କି GIFs, ଡିଲିଟ ମେସେଜ ଏବଂ ଭଏସ ନୋଟ ଭଳି ଅନେକ ଫିଚର ଅନ୍ତର୍ଭୁକ୍ତ କିନ୍ତୁ ବର୍ତ୍ତମାନ କମ୍ପାନୀ ଅତିଶୀଘ୍ର ନିଜର ପ୍ଲାଟଫର୍ମରେ ଆଉକିଛି ନୂଆ ଫିଚର୍ସ ଆଡ଼ କରିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଏପରି କିଛି ନୂଆ ଫିଚର୍ସ ବିଷୟରେ କହିବାକୁ ଯାଉଛୁ ଯାହା ଅତିଶୀଘ୍ର ଆପଣଙ୍କ ହ୍ଵାଟ୍ସଆପରେ ଉପଲବ୍ଧ ହେବାକୁ ଯାଉଛି ।

ଏହି ଫିଚର ହ୍ଵାଟ୍ସଆପର iOS ୟୁଜର ମାନଙ୍କ ପାଇଁ ପ୍ରଥମରୁ ଉପଲବ୍ଧ ଅଛି କିନ୍ତୁ ବର୍ତ୍ତମାନ ଏହା ଆଣ୍ଡ୍ରୋଏଡ ୟୁଜର୍ସ ମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିବ । ନିକଟରେ କମ୍ପାନୀ ଏହାର ଆଣ୍ଡ୍ରୋଏଡ ବିଟା ଆପ ଉପରେ କାମ କରୁଛି । ଯାହାଦ୍ୱାରା ୟୁଜର୍ସ ମାନେ ନିଜର ହ୍ଵାଟ୍ସଆପକୁ ଫିଙ୍ଗରପ୍ରିଣ୍ଟ ଦ୍ୱାରା ଲକ କରି ପାରିବେ । କେବଳ ଏତିକି ନୁହେଁ ଏହା ମାଧ୍ୟମରେ ୟୁଜର୍ସ ମାନେ ନୋଟିଫିକେସନରୁ ନିଜର ଚାଟକୁ ହାଇଡ଼ ମଧ୍ୟ କରିପାରିବେ । ଆପର ବିଟା ବର୍ସନରେ ଏହି ଫିଚର ପୂର୍ବରୁ ଆସି ସାରିଛି ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

କୌଣସି ନୂଆ ବ୍ୟକ୍ତିଙ୍କ ସହ ଚାଟ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ତାଙ୍କୁ ଆପଣଙ୍କ କଣ୍ଟାକ୍ଟରେ ଆଡ କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ହ୍ଵାଟ୍ସଆପ ଏପରି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାଦ୍ୱାରା ଆପଣ ସେହି ବ୍ୟକ୍ତିଙ୍କର QR କୋଡ ସ୍କାନ କରି ତାଙ୍କୁ ନିଜର ହ୍ଵାଟ୍ସଆପ କଣ୍ଟାକ୍ଟରେ ଆଡ଼ କରିପାରିବେ । ଏହା ସମ୍ପୂର୍ଣ ଭାବେ WeChat ଭଳି ରହିବ ।

ଉଭୟ iOS ଏବଂ ଆଣ୍ଡ୍ରୋଏଡ ଫୋନ ବର୍ତ୍ତମାନ ବିଲ୍ଟ-ଇନ ଡାର୍କ ମୋଡ଼ ଫିଚର ସହିତ ଉପଲବ୍ଧ । କିନ୍ତୁ ଅତିଶୀଘ୍ର ଏହି ଫିଚର ହ୍ଵାଟ୍ସଆପରେ ମଧ୍ୟ ଆସିବାକୁ ଯାଉଛି ଯାହାକୁ ନାଇଟମୋଡ଼ ବୋଲି କୁହାଯାଉଛି । ବର୍ତ୍ତମାନ କମ୍ପାନୀ ଏହାର ଟେଷ୍ଟିଙ୍ଗ କରୁଛି ଓ ଏହି ବିଷୟରେ କମ୍ପାନୀ ପକ୍ଷରୁ ଅନ୍ୟ କୌଣସି ପ୍ରକାର ସୂଚନା ମିଳିପାରିନାହିଁ ।

ହ୍ଵାଟ୍ସଆପ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ ଫେସବୁକ ବର୍ତ୍ତମାନ ନିଜ ଆପର ମେନ ପ୍ଲାଟଫର୍ମରେ ଭାର୍ଟିକାଲ ଇଣ୍ଟିଗ୍ରେସନ ଉପରେ କାମ କରୁଅଛି । ଏହି ଲକ୍ଷକୁ ପୂରଣ କରିବା ପାଇଁ ସୋସିଆଲ ମିଡ଼ିଆର ଏହି କମ୍ପାନୀ ଫେସବୁକ ସହିତ ନିଜର ଅନ୍ୟ ଆପ ଗୁଡିକରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିବ ବୋଲି ସୂଚନା ଦେଇଛି । ଏଥି ମଧ୍ୟରେ ଫେସବୁକ ଷ୍ଟୋରି ସେୟାରିଂ ରହିଛି ଯେଉଁଥିରେ ୟୁଜର୍ସମାନେ ନିଜର ହ୍ଵାଟ୍ସଆପ ସ୍ଟାଟସକୁ ସିଧାସଳଖ ଭାବେ ଫେସବୁକ ଷ୍ଟୋରିରେ ସେୟାର କରିପାରିବେ । ଫେସବୁକର ଡାଟା ସେୟାରିଂ API ଦ୍ୱାରା ଏହି ପ୍ରୋସେସକୁ ସମ୍ପୂର୍ଣ କରାଯିବ ।

ଇନଷ୍ଟାଗ୍ରାମ ଭଳି ହ୍ଵାଟ୍ସଆପ ମଧ୍ୟ ନିଜର ବୁମେରାଙ୍ଗ ଫିଚର ଉପରେ କାମ କରୁଛି । ନିକଟରେ WABetainfoର ରିପୋର୍ଟରେ ଏହାର ସୂଚନା ଦିଆଯାଇଥିଲା । ଏହି ସୂଚନା ମୁତାବକ ଅତିଶୀଘ୍ର ହ୍ଵାଟ୍ସଆପ ୟୁଜର୍ସ ମାନେ ଭିଡିଓ ଲୂପ ବନାଇ ପାରିବେ । ଏହି ନୂଆ ଫିଚର କନଭର୍ଟ ଟୁ GIF ଫିଚର ସହିତ ଭିଡିଓ ପ୍ୟାନେଲରେ ମିଳିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.