Home ଓଡ଼ିଶା ଏକଲା ଲଢ଼ୁଛନ୍ତି ଲେଖାଶ୍ରୀ! ନାଁ,କଥା ଆଉ କିଛି?

ଏକଲା ଲଢ଼ୁଛନ୍ତି ଲେଖାଶ୍ରୀ! ନାଁ,କଥା ଆଉ କିଛି?

517

ଭୁବନେଶ୍ୱର: ନିର୍ବାଚନ ସରିଗଲା।ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ନିର୍ବାଚନ ପୂର୍ବରୁ ସବୁଠାରୁ ଅଧିକ ହଙ୍ଗମା କରୁଥିବା ବିଜେପି ମହିଳା ମୋର୍ଚ୍ଚା ବୋଧେ ନିର୍ବାଚନ ପରେ ଏବେ ଟିକେ ଥକି ଯାଇଛି।କିନ୍ତୁ, ଥକି ନାହାଁନ୍ତି ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର।୨୦୧୭ ମସିହାର ମାଲକାନଗିରି ଗୋବିନ୍ଦପାଲିରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଏବଂ ଆତ୍ମହତ୍ୟା ଘଟଣାର ପିଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ସହଯୋଗ କରିବାକୁ ଯାଇ ରାଜ୍ୟ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମାଙ୍କୁ ସାକ୍ଷାତ କରିଛନ୍ତି ଲେଖାଶ୍ରୀ।ବାଟମାରଣା ହୋଇଥିବା ତଦନ୍ତକୁ ଆଉ ଥରେ ଭଲ ଭାବରେ ଯାଞ୍ଚ କରି ଦୋଷୀଙ୍କୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି।ପୋଲିସ ମହାନିର୍ଦେଶକ ଅଭିଯୁକ୍ତ ମାନଙ୍କର ଜାମିନ ନାକଚ କରି ସେମାନଙ୍କୁ ଦଣ୍ଡିତ କରିବା ଆଶ୍ୱାସନା ଦେଇଥିବା ଲେଖାଶ୍ରୀ କହିଛନ୍ତି।

ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

ତେବେ, ଆଶ୍ଚର୍ଯ୍ୟର କଥା ଲେଖାଶ୍ରୀ ଜଣେ ସାମାଜିକ କର୍ମୀ ନୁହଁନ୍ତି।ସେ ଜଣେ ରାଜନୈତିକ ନେତ୍ରୀ।ତେବେ ଏପରି ଘଟଣାକୁ ନେଇ ଲେଖାଶ୍ରୀ ଅଭିଯୋଗ ପାଇଁ ଯିବାବେଳେ ସାଙ୍ଗରେ ବିଜେପିର କୌଣସି ନେତା କି ନେତ୍ରୀ ନ’ଥିବା ଏବଂ ବିଶେଷ କରି ମହିଳା ମୋର୍ଚ୍ଚାର କେହି ନଥିବା ଆଶ୍ଚର୍ଯ୍ୟ ପ୍ରକଟ କରୁଛି।ବୋଧହୁଏ ବାରମ୍ବାର ବିରୋଧ, ଆନ୍ଦୋଳନ କରି ଟିକେ ଥକି ଯାଇଛି ମହିଳା ମୋର୍ଚ୍ଚା।ନିର୍ବାଚନ ସରିଯାଇଛି।ତେଣୁ ବୋଧେ ଟିକେ ବିଶ୍ରାମ ନେଉଛି।କିନ୍ତୁ, ଥକି ନାହାଁନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର।ଏକଲା ଲଢ଼ୁଛନ୍ତି ପିଡ଼ିତା ପାଇଁ!ନାଁ, ଏଥିରେ କଥା ଆଉ କିଛି ଅଛି? //ଦେବଦତ୍ତ ରଥ

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.