Home ଓଡ଼ିଶା ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

26

ସମ୍ବଲପୁର, ୦୧-୦୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଥିବା ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି। ବେଲପାହାଡ ଅବକାରୀ ଅଫିସ, ସମ୍ବଲପୁର ର କଲ୍ୟାଣୀ ନଗର, ଅବକାରୀ ଇଆଇବି ଅଫିସ, ଗୋବିନ୍ଦତୋଲାରେ ଭିଜିଲାନ୍ସର ୪ଟି ଟିମ୍ ଏକାସାଙ୍ଗରେ ଚଢାଉ ଜାରି ରଖିଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.