Home ଓଡ଼ିଶା ବିଶ୍ୱ ବିଦ୍ୟାଳୟ ନୀତି ସଂଶୋଧନ ଅଧ୍ୟାଦେଶକୁ ଶିକ୍ଷକ ସଂଘର ସମାଲୋଚନା

ବିଶ୍ୱ ବିଦ୍ୟାଳୟ ନୀତି ସଂଶୋଧନ ଅଧ୍ୟାଦେଶକୁ ଶିକ୍ଷକ ସଂଘର ସମାଲୋଚନା

260

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍କଳ ବିଶ୍ବ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ବୈଠକରେ ନୂଆ ପ୍ରଣୀତ ବିଶ୍ବ ବିଦ୍ୟାଳୟ ନୀତି ସଂଶୋଧନ ଅଧ୍ୟାଦେଶର କଡା ସମାଲୋଚନା କରାଯାଇଛି। ଅନଲାଇନରେ ହୋଇଥିବା ଏହି ବୈଠକରେ ୭୨ ଶିକ୍ଷକ ଯୋଗଦେଇ ଅଧ୍ୟାଦେଶର ସମୀକ୍ଷା କରିବା ସହ ଏଥିରେ ଥିବା ବିପଦଜନକ ଦୀଗ ଗୁଡ଼ିକ ଉପରେ ଆଲୋଚନା କରିଥିଲେ।

ପ୍ରକାଶ ଥାଉକି ଗତ ୨ ସେପ୍ଟେମ୍ବରରେ ରାଜ୍ୟ ସରକାର ଏକ ଅଧ୍ୟାଦେଶ ବଳରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ କେତେ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏତଦ୍ୱାରା ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥାକୁ ରଦ୍ଦ କରି ଏହାକୁ ଓଡ଼ିଶା ପକ୍ଲିକ ସର୍ଭିସ କମିଶନ ହାତକୁ ଦେଇଦେବାକୁ ସ୍ଥିର କରା ଯାଇଛି। ଓଡ଼ିଶା ଗେଜେଟ ରେ ଗତ ୪ ତାରିଖ ରେ ପ୍ରକାଶିତ ଏହି ସଂଶୋଧନ ଅଦ୍ୟାଦେଶରେ ଆହୁରି ଅନେକ ଆପତ୍ତିଜନକ କଥା ଅଛି ଯାହା ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରିବ ବୋଲି ଶିକ୍ଷକ ସମାଜ ମତ ଦେଇଛି।

ଆମ ରାଜ୍ୟରେ ଉଚ୍ଚ ଶିକ୍ଷାରେ ସରକାରୀ ଅନୁଦାନ ମୁଖ୍ୟତଃ କେନ୍ଦ୍ରୀୟ ସହାୟତା ଉପରେ ନିର୍ଭର କରିଥାଏ ଏବଂ ୟୁଜିସି ତଥା କେନ୍ଦ୍ର ଦ୍ବାରା ଆଗତ ନିର୍ଦ୍ଦେଶନାମା ଜରିଆରେ ଏଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥାଏ। ୟୁଜିସି ନିର୍ଦ୍ଦେଶାବଳୀରେ ବିଶ୍ବ ବିଦ୍ୟାଳୟକୁ ଅନେକ ସ୍ୱାୟତ୍ତତା ଦିଆଯାଇଛି ଏବଂ ପୁରୁଣା ବିଶ୍ୱବିଦ୍ୟାଳୟ ଆଇନ ଏହିସବୁ ସ୍ବାୟତ୍ତତା କୁ ବଜାୟ ରଖୁଥିଲା। ଯଦିଓ ସମୟ କ୍ରମେ ବଦଳୁଥିବା ନୂଆ ନିର୍ଦ୍ଦେଶାବଳୀ ଗୁଡିକୁ ପାଳନକରିବାରେ ବିଳମ୍ବ ହେଉଥିଲା ଏବଂ ବିଶ୍ୱବିଦ୍ୟାଳରେ କାର୍ଯ୍ୟଶୈଳୀରେ ରାଜନୈତିକ ହସ୍ତକ୍ଷେପ ଲୁଚାଛପାରେ ହିଁ ହେଉଥିଲା, ନୂଆ ସଂଶୋଧନ ଅଧ୍ୟାଦେଶ ଜରିଆରେ ସରକାର ବିଶ୍ବବିଦ୍ୟାଳୟ ବ୍ୟବସ୍ଥାର ଅସ୍ତିତ୍ବ ଉପରେ ଆଘାତ କରିବା ସହ ବିଭିନ୍ନ ମାର୍ଗରେ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ରାଜ୍ୟ ଅମଲାତନ୍ତ୍ରିକ ଅଙ୍କୁଶ ତଳେ ରଖିବାର ପ୍ରଚେଷ୍ଟା କରିଛନ୍ତି। ସିନେଟ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନର ଉଚ୍ଛେଦ କରିବା ସହ ବିଭିନ୍ନ ମନୋନୟନ କମିଟିରେ ସରକାରୀ ପ୍ରତିନିଧି ରଖାଇବାର ନୂଆ ବିଧି ବିଶ୍ବବିଦ୍ୟାଳୟ ସ୍ନାୟତ୍ତତା ର ସଂହାର ନିମନ୍ତେ ହିଁ ଉଦ୍ଦିଷ୍ଟ ବୋଲି ଶିକ୍ଷକମାନେ ମତ ଦେଇଛନ୍ତି।

ସଂଶୋଧନ ଅଧ୍ୟାଦେଶରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏକକ ମାନ୍ୟତାକୁ ଉଚ୍ଛେଦର ଶିକ୍ଷକ ସଂଘ ଘୋର ବିରୋଧ କରିଛି। ଏହିସବୁ ପରିବର୍ତ୍ତନ ଉଚ୍ଚଶିକ୍ଷାର ଉନ୍ନତିର ପରିପନ୍ଥୀ ବୋଲି ସଂଘ କହିଛି।

ରେଭେନ୍ସା ତଥା ଅନ୍ୟ ବିଶ୍ଵବିଦ୍ୟାଳୟରେ ସଂଶୋଧନ ଅଧ୍ୟାଦେଶ ବିରୁଦ୍ଧରେ ସେଠିକାର ଶିକ୍ଷକ ମାନଙ୍କଦ୍ଵାରା ଉଠିଥିବା ସ୍ବରକୁ ଉତ୍କଳ ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସମର୍ଥନ କରିଛି ଏବଂ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ସଂଶୋଧନ ଅଧ୍ୟାଦେଶର ପୁନର୍ବିଚାର କରିବା ପାଇଁ ସରକାରଙ୍କୁ ଅପିଲ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.