Home ଓଡ଼ିଶା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଲା ଏବେ ୭ଟି ଗେଟ୍ ଦେଇ ଚାଲିଛି ଜଳ...

ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଲା ଏବେ ୭ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

441

ସମ୍ବଲପୁର ୧୮-୮ (ଓଡ଼ିଆ ପୁଅ) ଏବେ ହୀରାକୁଦର ୨ଟି ଗେଟ୍ ଖୋଲାଯାଇଛି। ଅହା ଫଳରେ ସର୍ବମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କୋଷିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୦.୧୭ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫ ହଜାର ୮୪୪ କ୍ୟୁସେକ୍ ଜଳ। ଏବଂ ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୯୪ ହଜାର ୭୯୭ କ୍ୟୁସେକ୍ ଜଳ।

ମହାନଦୀର ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଏହାର ପ୍ରମୁଖ ଶାଖା ନଦୀ ଫୁଲି ଉଠିଛନ୍ତି। ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏସବୁ ଜିଲ୍ଲାର କିଛି କିଛି ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବାରୁ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି।

ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା ପାଣି ପ୍ରବେଶ କରିଥିବାରୁ କଣାସ ବ୍ଲକର ବହୁ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ।
ବାଲିପାଟଣା ଓ ଦୋକନ୍ଦା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ବି ସମାନ ସ୍ଥିତି।

ରାଜୁଆ ନଦୀର ଫେରନ୍ତା ପାଣି ପଶିଯିବାରୁ ଏ ପଞ୍ଚାୟତର ୮ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି।

ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ମହାନଦୀର ତଳମୁଣ୍ଡରେ ପହଞ୍ଚିଥିବାରୁ ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳର ଲୋକେ ବନ୍ୟାର ଶିକାର ହୋଇଛନ୍ତି। ବ୍ଲକର ବିଲିପଡ଼ା, ତାଳବସ୍ତ, ସିମିଳିପୁର ଓ କୁସପଙ୍ଗା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ଏହାର ଶାଖା ପାଇକା, ଚିତ୍ରୋତ୍ପଳା, ଲୁଣା ଓ କେରାଣ୍ଡିଆ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି।
ଅପର ପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଇଚ୍ଛାନଦୀରେ ବନ୍ୟାର ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ଏହା ଫଳରେ ସୁରୁଗୁଡ଼ା ଗାଁରେ ପାଣି ପଶିବାରୁ ଗାଁ ଲୋକେ ହନ୍ତସନ୍ତ ହେଉଥିବାର ଖବର ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.