Home ଓଡ଼ିଶା ଧିରେ ଧିରେ ସଙ୍କଟାପନ୍ନ ହେଉଛି ଅରୁଣ ଜେଟଲୀ ଙ୍କ ସ୍ବାସ୍ଥ୍ୟ

ଧିରେ ଧିରେ ସଙ୍କଟାପନ୍ନ ହେଉଛି ଅରୁଣ ଜେଟଲୀ ଙ୍କ ସ୍ବାସ୍ଥ୍ୟ

550

ନୂଆଦିଲ୍ଲୀ,୧୮ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଢିବାରେ ଲାଗିଛି । ଅସୁସ୍ଥ କାରଣରୁ ତାଙ୍କୁ ଅଗଷ୍ଟ ୯ରେ ଏମସରେ ଭର୍ତ୍ତି କରାଯାଇଥିଲା ଓ ସେବେଠାରୁ ତାଙ୍କର ଚିକିତ୍ସା ଚାଲୁଛି । ବର୍ତ୍ତମାନ ସମୟରେ ଜେଟଲୀଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ବେଳେ ଏଣିକି ତାଙ୍କ ପାଇଁ ପ୍ରାର୍ଥନା ହିଁ ଏକ ମାତ୍ର ଭରସା । ଜେଟଲୀଙ୍କ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ଯଜ୍ଞ କରାଯାଉଛି । ଜେଟଲୀଙ୍କୁ ସାକ୍ଷାତ କରିବା ପାଇଁ ଏମସରେ ରାଜନୈତିକ ନେତାଙ୍କର ଭିଡ ଲାଗିଛି । ଆଜି ସକାଳେ ସଙ୍ଘ ପ୍ରମୁଖ ମୋହନ ଭାଗବତ ଏମସରେ ପହଞ୍ଚିଥିଲେ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ସତୀଶ ମିଶ୍ର, ସତ୍ୟପାଲ ମଲ୍ଲିକ, ନିତିଶ କୁମାର ଏମସରେ ପହଞ୍ଚିଥିଲେ । ସେହି ସମୟରେ ଜେଟଲୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ୨ଦିନ ହେବ ଜେଟଲୀଙ୍କର ହାର୍ଟ କାମ କରିବା ବନ୍ଦ କରି ଦେଇଛି । ସେ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁ ନାହାଁନ୍ତି ।  ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଆଉ ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଦିନରାତି ଏକ କରିଦେଇଛନ୍ତି ।  ଆଇସିୟୁରେ ଭର୍ତ୍ତି ହୋଇଥିବା କାରଣରୁ ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଦିଆଯାଉ ନାହିଁ । ଟ୍ରୈକ୍ସଟମୀ ମାଧ୍ୟରେ ସେ ନିଶ୍ୱାସ ପ୍ରଶ୍ୱାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.