Home Top News ଘରୋଇ ହିଂସା: ଶାଶୁ ଘରେ, ବୋହୂଙ୍କର ପ୍ରତ୍ୟେକ ଆଘାତ ପାଇଁ ସ୍ୱାମୀ ଦାୟୀ – ସୁପ୍ରିମକୋର୍ଟ

ଘରୋଇ ହିଂସା: ଶାଶୁ ଘରେ, ବୋହୂଙ୍କର ପ୍ରତ୍ୟେକ ଆଘାତ ପାଇଁ ସ୍ୱାମୀ ଦାୟୀ – ସୁପ୍ରିମକୋର୍ଟ

45

ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ସୋମବାର ଦିନ ତାଙ୍କ ପତ୍ନୀ ମାଡ ମାରିଥିବା ବ୍ୟକ୍ତିଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ପତ୍ନୀଙ୍କର ହୋଇଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ୱାମୀ ଦାୟୀ ରହିବେ।

ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଛନ୍ତି ଯେ, ମହିଳାଙ୍କୁ ତାଙ୍କ ଶାଶୁ ଘରେ ଅନ୍ୟ ଜଣେ ସମ୍ପର୍କୀୟ ଆକ୍ରମଣ କରିଥିଲେ ମଧ୍ୟ ସ୍ୱାମୀ ଏଥିପାଇଁ ଦାୟୀ ରହିବେ।

ସୂଚନାଯୋଗ୍ୟଯେ, ପତ୍ନୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପୁରୁଷଙ୍କର ଏହା ହେଉଛି ତୃତୀୟ ବିବାହ ଏବଂ ମହିଳାଙ୍କର ଦ୍ୱିତୀୟ ବିବାହ। ବିବାହର ଗୋଟିଏ ବର୍ଷ ପରେ ମହିଳାଙ୍କର ୨୦୧୮ ରେ ସନ୍ତାନ ଜନ୍ମ ହୋଇଥିଲା। ଗତ ବର୍ଷ ଜୁନ୍ ମାସରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଲୁଧିଆନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ଯୌତୁକ ଦାବି ପୂରଣ ନକରିବାରୁ ତାଙ୍କୁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ।

କୋର୍ଟ ଓକିଲଙ୍କୁ ପଚାରିଲେ, ତୁମେ କି ପ୍ରକାର ଲୋକ?

ଅଭିଯୁକ୍ତଙ୍କର ଓକିଲ କୁଶାଗ୍ର ମହାଜନ ତାଙ୍କର କ୍ଲାଏଣ୍ଟଙ୍କ ପାଇଁ ଅଗ୍ରୀମ ଜାମିନ ମାଗିଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ପଚାରିଥିଲେ, ଆପଣ କେଉଁ ପ୍ରକାରର ବ୍ୟକ୍ତି? ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କର ଗଳା ଦବାଇ ମାରିବାକୁ ଚାହୁଁଥିଲେ, ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ପତ୍ନୀକୁ ପିଟିବା ପାଇଁ କୌଣସି ପତି କ୍ରିକେଟ୍ ବ୍ୟାଟ୍ କିପରି ବ୍ୟବହାର କରିପାରିବ?

କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଅଭିଯୁକ୍ତଙ୍କ ଓକିଲ କୁଶାଗ୍ର ମହାଜନ କହିଥିଲେ ଯେ, ମହିଳା ଜଣକ ନିଜେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶ୍ୱଶୁର ତାଙ୍କୁ ବ୍ୟାଟ୍‌ରେ ପିଟୁଥିଲେ। ଏହା ଉପରେ ସିଜେଆଇ କହିଲେ, ଶ୍ୱଶୁର ହେଉ କିମ୍ବା ପତି ଏଥିରେ କିଛି ଫରକ ପଡ଼େ ନାହିଁ। ଯେତେବେଳେ ଜଣେ ମହିଳା ତାଙ୍କ ଶାଶୁଘରେ କୌଣସି ପ୍ରକାରର ଆଘାତ ପାଆନ୍ତି, ସେତେବେଳେ ପ୍ରାଥମିକ ଦାୟିତ୍ୱ ହେଉଛି ସ୍ୱାମୀଙ୍କର। ଏହା ପରେ ବେଞ୍ଚ ଉକ୍ତ ବ୍ୟକ୍ତିଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟଯେ, ପୂର୍ବରୁ ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.