Home ଓଡ଼ିଶା ସଂସଦ ପରିସରରେ ଧାରଣାରେ ନିଲମ୍ବିତ ସାଂସଦ

ସଂସଦ ପରିସରରେ ଧାରଣାରେ ନିଲମ୍ବିତ ସାଂସଦ

147

ନୂଆଦିଲ୍ଲୀ: କୃଷି ବିଲ୍ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ସସ୍‌ପେଣ୍ଡ ହୋଇଥିବା ୮ ଜଣ ସାଂସଦ ଆଜି ଧାରଣାରେ ବସିଛନ୍ତି। ଏହି ସାଂସଦମାନେ ହେଲେ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ, ଏ. କରିମ। ରାଜ୍ୟସଭାର ମତ ଲୋଡି ଅଧ୍ୟକ୍ଷ ସେମାନଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ଆଗତ ହେବା ପରେ ଏହି ସାଂସଦ ମାନେ ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ଚେୟାର ନିକଟକୁ ଚଢ଼ିଯିବା, ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିବା, ମାଇକ ଭାଙ୍ଗିବା, ରୁଲ୍ ବୁକ ଚିରି ଦେବା ଆଦି ପରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ରାଜ୍ୟସଭାର ମତ ଲୋଡି ଅଧ୍ୟକ୍ଷ ସେମାନଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ କରିଥିଲେ। -@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.