Home Top News ରାକେଶ ଟିକାୟତ ଗାଜିପୁର ସୀମାରେ ଲଗାଇଲେ ଫୁଲଗଛ

ରାକେଶ ଟିକାୟତ ଗାଜିପୁର ସୀମାରେ ଲଗାଇଲେ ଫୁଲଗଛ

53

ନୂଆଦିଲ୍ଲୀ ୫-୨ (ଓଡ଼ିଆ ପୁଅ) : ପ୍ରାୟ ଅଢ଼େଇ ମାସ ଧରି କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀର ଗାଜୀପୁରର ସୀମାରେ ହେଉଛି କୃଷକ ଆନ୍ଦୋଳନ। ଗଣତନ୍ତ୍ର ଦିବସ ପରେଡରେ ହିଂସା ପରେ ଗାଜିପୁର ଏବଂ ଟିକ୍ରି ସୀମାରେ ପୋଲିସ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି। ଏହା ସହିତ, ଏହି ସୀମା ଉପରେ ବହୁ ଲେୟାର ବ୍ୟାରିକେଡ୍‌ ମଧ୍ୟ କରାଯାଇଛି। ଏହା ସହ ପୋଲିସ ଦ୍ୱାରା କଣ୍ଟା ବିଦ୍ଧ କରାଯାଇଛି।

ଦିଲ୍ଲୀ ପୋଲିସର ଏହି ପଦକ୍ଷେପ ପରେ ସରକାରଙ୍କୁ ସାଧାରଣ ଲୋକଙ୍କର ଅନେକ ମନ୍ତବ୍ୟ ଶୁଣିବାକୁ ମିଲିଥିଲା। ଏହା ପରେ ପ୍ରଶାସନ ଖୁବ୍ ଶୀଘ୍ର ସେଠାରୁ କଣ୍ଟା ହଟାଇ ଦେଇଛି। ଏହା ପରେ ଶୁକ୍ରବାର ଦିନ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ପୋଲିସ କଣ୍ଟା ଲଗାଇଥିଲା ସେହି ସ୍ଥାନରେ ଚାଷୀମାନେ ଫୁଲ ଲଗାଉଛନ୍ତି। ଏଥିପାଇଁ ଚାଷୀମାନେ ଗାଜିପୁର ସୀମାରେ ମାଟି ଅର୍ଡର କରିଥିଲେ। ଗାଜୀପୁର ସୀମାରେ ଧାରଣା ସ୍ଥାନରେ କୃଷକ ନେତା ରାକେଶ ଟିକାୟତ ନିଜେ ଫୁଲଗଛ ଲଗାଉଥିବାର ଦେଖାଯାଇଥିଲା।

ଫୁଲ ଲଗାଇବା ପାଇଁ ରାକେଶ ଟିକାୟତ ନିଦେ ଏକ ଫଉଡ଼ା ସହିତ ସେଠାରେ ପହଁଚିଥିଲେ।

ବର୍ତ୍ତମାନ, ଯେଉଁଠାରେ ଦିଲ୍ଲୀ ପୋଲିସ କଣ୍ଟା ଲଗାଇଥିଲା, ସେଠାରେ ଚାଷୀଙ୍କ ଦ୍ୱାରା ଲଗାଯାଇଥିବା ଫୁଲ ଦେଖିବାକୁ ମିଳିବ। କୃଷକ ନେତା ରାକେଶ ଟିକାୟତ ନିଜେ ଏକ ଫାଉଡ଼ା ନେଇ ଫୁଲ ଲଗାଇବାକୁ ଆସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.