Home କେନ୍ଦୁଝର ପାଟଣା ପୋଲିସ ପକ୍ଷରୁ ସହିଦ୍ ଦିବସ ପାଳିତ

ପାଟଣା ପୋଲିସ ପକ୍ଷରୁ ସହିଦ୍ ଦିବସ ପାଳିତ

127

ପାଟଣା ୨୧- ୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶି ପ୍ରାଥମିକ ବିଦ୍ୟାଳୟରେ ‌ସହିଦ ଦିବସ ପାଳିତ ହୋଇଛି। ୨୦୧୭ ମସିହାରେ କୋରାପୁଟ ଜିଲ୍ଲାର ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ୍ ହୋଇଥିବା ଚୁଟିଆପଶି ଗ୍ରାମର ସଞ୍ଜୟ ଦାସଙ୍କ‌ଉଦେଶ୍ୟରେ ଏହି ସହିଦ୍ ଦିବସ ପାଳନ କରାଯାଇଛି। ଚୁଟିଆ ପଶି ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ‌ଜେନା ଓ ଏସ୍ ଆଇ ବୈଲଚନ ସିଂ ଯୋଗ ଦେଇ ସହିଦ୍ ସଞ୍ଜୟ ଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହିଦ୍ ସଞ୍ଜୟଙ୍କ ମାଆ ସତ୍ୟଭାମା ଦାସ ଭାଇ ସନ୍ତୋଷ ଦାସ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.