Home କନ୍ଧମାଳ ସତ୍ୟସାଇ ବାବାଙ୍କ ଅବତାର ଦିବସ ପାଳିତ

ସତ୍ୟସାଇ ବାବାଙ୍କ ଅବତାର ଦିବସ ପାଳିତ

107

ବାଲିଗୁଡା, ୨୨/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -;ବାଲିଗୁଡାର ସତ୍ୟସାଇ ବିହାର ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ଅବତାର ଦିବସ ପାଳନ କରାଯାଇଛି। ପ୍ରାତଃରୁ ଓଁକାର ସୁପ୍ରଭାତମ ସହ ନଗର ସଂକିର୍ତନ କରାଯାଇଥିଲା ଏହାପରେ ପ୍ରଶାନ୍ତି ପତାକା ଉତୋଳନ କରିବା ସହ ଶୋଢଷ ପୁଜା କରାଯାଇଥିଲା। ଅପରାହ୍ନରେ ସାଇଶ୍ରଦ୍ଧା କାର୍ଯ୍ୟକ୍ରମରେ ସ୍ଥାନୀୟ ଜରାଶ୍ରମ ଯାଇ ଅନ୍ତେବାସୀଙ୍କ ସହ ସାଇଭଜନ କରି ଖିରି, ମିଷ୍ଠାନ୍ନ ଓ ଫଳ ବନ୍ଟନ କରାଯାଇଥିଲା। ସ୍ୱଛତ୍ୱରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମରେ ଗତ ଗାନ୍ଧି ଜୟନ୍ତିରୁ ସହରର ବିଭିନ୍ନ ମନ୍ଦିର ଓ ଅନ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ ହାତକୁ ନେଇ ସଫାସୁତରା କରାଯାଇଥିଲା ଏଥି ମଧ୍ୟରେ ଗ୍ରାମ୍ୟ ପରିମଳ ବ୍ୟବସ୍ଥାରେ ପୋଷ୍ୟଗ୍ରାମ ବିରାଗୁଡା ଓ ବଡଗାଁରେ ମଧ୍ୟ ସଫେଇ କାର୍ଯ୍ୟ କରାଯାଇଛି।ସଂନ୍ଧ୍ୟା ସମୟରେ ସାଇ ମନ୍ଦିରରେ ଭଜନ କରିବା ସହ ଭଗବାନ ବାବା କିପରି ୧୯୪୦ ମସିହା ଅକ୍ଟୋବର ୨୦ତାରିଖରେ ନିଜକୁସାଇବାବା ବୋଲି ଘୋଷଣା କରିଥିଲେ ଓ ବାବାଙ୍କ ଦ୍ୱାରା କରାଯାଇଥିବା ଚିକିତ୍ସାଳୟ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି ଲୋକଙ୍କ ସେବା କରା୍ାଉଛି ତାରି ଉପରେ ଆଲୋଚନା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନର କନ୍ଧମାଳ ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର, ସମିତିର ଆବାହକ ରାଜେନ୍ଦ୍ର ପାତ୍ର, ଯୁଗଳ କିଶୋର ତ୍ରିପାଠୀ, ସୁବାଷ ଓଝା, ଭଗବତୀ ପ୍ରସାଦ ସାବତ, ଜିଲ୍ଲା ଆଧିମିକାସଂଯୋଜିକା ସସ୍ମିତା ପଣ୍ଡା, ଏ ଜ୍ୟୋତିରାଣି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.