Home Top News ସ୍ୱାଧୀନତାର ଅମୃତ ମହୋତ୍ସବ : ସାଂସ୍କୃତିକ ଏବଂ ଡିଜିଟାଲ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ସ୍ୱାଧୀନତାର ଅମୃତ ମହୋତ୍ସବ : ସାଂସ୍କୃତିକ ଏବଂ ଡିଜିଟାଲ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

114

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଦେଶ ୧୫ ଅଗଷ୍ଟ ୨୦୨୨ ରେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଭାରତ ସରକାର ‘ସ୍ୱାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ପାଳନ କରିବାକୁ ଯାଉଛନ୍ତି। ୭୫ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମରୁ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦:୩୦ ରେ ‘ସ୍ୱାଧିନତାର ଅମୃତ ମହୋତ୍ସବ’ ସହ ଜଡିତ ସାଂସ୍କୃତିକ ଏବଂ ଡିଜିଟାଲ କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ। ଏହା ସହିତ ସେ ସାବରମତି ଆଶ୍ରମରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଆଜିର ଦିନକୁ ଏଥି ପାଇଁ ବଛାଯାଇଛି କାରଣ ଏହି ଦିନ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଦାଣ୍ଡି ମାର୍ଚ୍ଚ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦାବାଦର ସାବରମତି ଆଶ୍ରମରେ ସବୁଜ ପତାକା ଦେଖାଇ ଏକ ଯାତ୍ରାର ଶୁଭାରମ୍ଭ କରିବେ, ଯାହା ନଭସାରୀଙ୍କ ଦାଣ୍ଡିକୁ ଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.