Home ଓଡ଼ିଶା ପାଟକୁରା ନିର୍ବାଚନ: ଖୋସାମତି ଏବଂ ଆତ୍ମ ପ୍ରଚାରରେ ମାତିଛନ୍ତି ବିଜେପି ନେତା

ପାଟକୁରା ନିର୍ବାଚନ: ଖୋସାମତି ଏବଂ ଆତ୍ମ ପ୍ରଚାରରେ ମାତିଛନ୍ତି ବିଜେପି ନେତା

287

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଜେପି, ବିଜେଡି ଏବଂ କଂଗ୍ରେସ ପୁରା ଦମରେ ଲାଗି ପଡ଼ିଛନ୍ତି।ତିନୋଟି ଯାକ ଦଳର ଗଣ୍ଡା ଗଣ୍ଡା ନେତା ସେଠି ଡେରା ପକାଇଛନ୍ତି।ବିଜେଡିର କିଛି ମନ୍ତ୍ରୀ, ବିଧାୟକ ଯାଇ ପ୍ରଚାର କାର୍ଯ୍ୟ ଚଲାଇ ଥିବା ବେଳେ ନବୀନ ପଟ୍ଟନାୟକ କରିବେ ରୋଡ଼ ସୋ।କଂଗ୍ରେସ ପକ୍ଷରୁ ମଧ୍ୟ ଯେମିତି ଯାହା ପ୍ରଚାର ଚାଲିଛି।ସେହିପରି ବିଜେପି ପକ୍ଷରୁ ମଧ୍ୟ ନେତାମାନେ ଯାଇ ପ୍ରଚାର କରୁଛନ୍ତି।ଏ’ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଦି ଯାଇ ବିଜୟଙ୍କ ପାଇଁ ପ୍ରଚାର କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇ କରିଛନ୍ତି ମାରାଥନ ପ୍ରଚାର।ତେବେ ବିଜେପି ତରଫରୁ ଯାଇଥିବା କେତେକ ନେତା/ନେତ୍ରୀମାନେ ସେଠାରେ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବା ଅପେକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି ଏବଂ ଆତ୍ମପ୍ରଚାରରେ ମାତିଛନ୍ତି।ବିଜୟଙ୍କ ବିଜୟ ସୁନିଶ୍ଚିତ କରାଇବା ଅପେକ୍ଷା ଧର୍ମେନ୍ଦ୍ରଙ୍କ ଚାଟୁକାରି କରି ନିଜେ କିପରି ତାଙ୍କର ଦୃଷ୍ଟି ଆକର୍ଷଣ କରିପାରିବେ, ତାଙ୍କର ପାଖଲୋକ ହୋଇପାରିବେ ସେହି ଚେଷ୍ଟାରେ ଅଛନ୍ତି।ଗୁଡ଼ାଏ ସେଲ୍ଫି ନେଇ, ନିଜ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରାଇ ପକାଉଛନ୍ତି।ପୁରୁଣା ଭୁଲର ପୁନରାବୃତ୍ତି କରୁଛନ୍ତି ବିଜେପିର କିଛି ନେତା ଏବଂ ନେତ୍ରୀ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କର ଲୋକ ପ୍ରିୟତା ଅଛି।କିନ୍ତୁ ଏବେ ୨୦୧୯ରେ ସେଥିରେ ବିଜେପି ସେନ୍ଧ ଲଗାଇ ଦେଇଛି।ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ସମତୁଲ୍ୟ କେହି ବିଜେପି ନେତା ନାହାଁନ୍ତି।କିନ୍ତୁ ୨୦୧୯ରେ ବିଜେପି ସେଠି ଭଲ ସଫଳତା ପାଇଛି।କାରଣ ସେଠି ବିଜେପି କେବଳ ମୋଦୀଙ୍କ ଚେହେରା ଏବଂ ସଙ୍ଗଠନ ଆଧାରରେ ନିର୍ବାଚନ ଲଢ଼ିଛି।ଏହି ଫର୍ମୁଲା ପ୍ରୟୋଗ କରି ଅନେକ ରାଜ୍ୟରେ ମଧ୍ୟ ବିଜେପି ସଫଳତା ପାଇଛି।କିନ୍ତୁ ଓଡ଼ିଶାରେ ଫେଲ୍ ହୋଇଛି।କାରଣ ଏଠି ମୋଦୀଙ୍କ ଲୋକପ୍ରିୟତା ଏବଂ ସଙ୍ଗଠନ ଆଧାରରେ ଲଢ଼ିବା ପରିବର୍ତ୍ତେ ନବୀନଙ୍କ ବିକଳ୍ପ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରୋଜେକ୍ଟ କରିବାରେ ସବୁ ଲାଗି ଯାଇଛନ୍ତି।ଯାହା ଯୋଗୁଁ ବିଜେପି ବିଫଳ ହୋଇଛି।କାରଣ ଏ’ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ କୌଣସି ନେତା ଓଡ଼ିଶା ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରି ନାହାଁନ୍ତି।

ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ବିଜେପି ପାର୍ଥି ବିଜୟ ମହାପାତ୍ର ସବୁଠାରୁ ଯୋଗ୍ୟ।କଂଗ୍ରେସ କଥା ଛାଡ଼ନ୍ତୁ, ବିଜେଡି ପାର୍ଥି ତ’ ଏଠି କେବଳ ଏକ ରବର ଷ୍ଟାମ୍ପ (ବିଜେପୁର ରୀତା ସାହୁ ମଡେଲ)।ଲୋକ ବି ଏହା ବୁଝୁଛନ୍ତି।ପୁଣି ବିଜୟ ମହାପାତ୍ରଙ୍କ ପ୍ରତି ହୋଇଥିବା ବାରମ୍ବାର ଷଡ଼ଯନ୍ତ୍ର କାରଣରୁ ତାଙ୍କ ପ୍ରତି ଏକ ଅନୁକମ୍ପା ଭୋଟ ମଧ୍ୟ ରହିଛି।ତେଣୁ ଏସବୁ ଆଧାରରେ ବିଜେପି ସବୁ ଶକ୍ତି ଲଗାଇ ନିର୍ବାଚନ ଲଢ଼ିଲେ, ହୁଏତ କିଛି ଆଶା କରାଯାଇ ପାରେ।କିନ୍ତୁ ଏଠି ସେପରି ହେଉନାହିଁ।ବିଜେଡି ଦାୟିତ୍ୱରେ ଥିବା ନେତା/ନେତ୍ରୀ, କାର୍ଯ୍ୟକର୍ତ୍ତା ସେମାନଙ୍କ ପାଖକୁ ଆସୁଥିବା ଟଙ୍କାର ସଠିକ ଉପଯୋଗ କରିବାକୁ ଲାଗିଛନ୍ତି।କେବଳ ନବୀଙ୍କର ଏବଂ ତାଙ୍କ ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ପ୍ରଚାର କରାଉଛନ୍ତି।କାରଣ ସେମାନଙ୍କର ସୁପ୍ରିମୋଙ୍କ ପ୍ରତି ଭୟ ରହିଛି।କିନ୍ତୁ ବିଜେପିର କିଛି ନେତା, କାର୍ଯ୍ୟକର୍ତ୍ତା କୁଆଡୁ ଟଙ୍କା ଆସିଲେ ନିଜ ପକେଟରେ ପୁରାଇବାକୁ ଅନେଇ ରହିଛନ୍ତି।ଏବଂ ଧର୍ମେନ୍ଦ୍ର ପ୍ରଧାନ ପାଟକୁରା ଯାଇ ପ୍ରଚାର କରିବା ପରେ ତାଙ୍କ ଚାଟୁକାରୀ କରି ସୋସିଆଲ ମିଡିଆରେ ପୋଷ୍ଟ ଗୁଡ଼ାଏ କରି ପକାଉଛନ୍ତି।ସେମାନେ ସେଠି ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଯାଇଥିବା ବୋଧେ ଭୁଲି ଯାଉଛନ୍ତି।କିଛି ଟଙ୍କା ଆତ୍ମସାତ କରିଦେବା, ଏବଂ ଆଗକୁ ସାଙ୍ଗଠନିକ ନିର୍ବାଚନ ଥିବାରୁ ପଦପଦବୀ ଆଶାରେ କେବଳ ଧର୍ମେନ୍ଦ୍ରଙ୍କର ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରାଇବାକୁ ଖୋସାମତି କରିବାରେ ମାତି ଯାଇଛନ୍ତି।ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟାକ୍ଷିତ ହୋଇଥିବା ବିଜେପି ନେତା ସେଠି ଯାଇ ବିଜୟ ରଣନୀତି ପ୍ରସ୍ତୁତ କରୁଛନ୍ତି।ଆଉ ଏହିପରି ବିଜେପିରେ ଥିବା କିଛି ଟଙ୍କା ଲୋଭୀ, ଚାଟୁକାର, ଖୋସାମତିଆ ଏବଂ ପ୍ରତ୍ୟାକ୍ଷିତ ନେତାଙ୍କ ନେତୃତ୍ୱ ନେବା କାରଣରୁ ବିଜେପି ସଫଳତା ପାଇବାରୁ ବଞ୍ଚିତ ହେଉଛି।//ଦେବଦତ୍ତ ରଥ

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.