Home ଆମ ପର୍ବ ପର୍ବାଣୀ ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

444

ଭୁବନେଶ୍ୱର: ହିନ୍ଦୁ ଧର୍ମ, ସଂସ୍କୃତିର ଠେକା ଯେପରି କେବଳ ବିଜେପି ନେଇଛି, ସେପରି ସେମାନେ ସବୁବେଳେ ଦେଖାଇ ଆସିଛନ୍ତି।କେଉଁଠି କିଏ ରାମଙ୍କୁ ଅପମାନ କରିଦେଲା, ଜଗନ୍ନାଥ, ଦୁର୍ଗାଙ୍କୁ ଅପମାନ କଲା କହି ଏମାନେ ପ୍ରତିବାଦ, ଆନ୍ଦୋଳନ, ରାଜନୀତି କରିଥାଆନ୍ତି।କିନ୍ତୁ ଅନ୍ୟକୁ ଧର୍ମ, ସଂସ୍କୃତିର ରକ୍ଷା କରିବାକୁ ଉପଦେଶ ଦେଉଥିବା ବିଜେପି ନେତାମାନେ ବାସ୍ତବରେ ନିଜେ କେତେ ସଂସ୍କାରିତ ଏବଂ ଧର୍ମକୁ ସମ୍ମାନ ଦିଅନ୍ତି, ତାହା ଏକ ଭିଡିଓରୁ ଜଣାପଡ଼ୁଛି।

ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଣ୍ଡାମାନ ନିକୋବର କ୍ଷେତ୍ର ସହ ପ୍ରଭାରୀ ଓଡ଼ିଶାର ଜଣେ ନେତା ଗୋପାଳ ଶତପଥି ଏକ ସ୍ଥାନରେ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ “ବିଜଲି ବାଲି ନୂଆ ଆଇଟମ୍” ଗୀତରେ ଡ୍ୟାନ୍ସ କରିଛନ୍ତି।ପ୍ରଥମେ କିଛି ବ୍ୟକ୍ତି ଏହି ଗୀତରେ ଡ୍ୟାନ୍ସ କରୁଥିବା ବେଳେ ଗୋପାଳ ଶତପଥି ଭାଜପା କାର୍ଯ୍ୟକର୍ତ୍ତା ହୋଇଥିବା କାରଣରୁ, ସେମାନଙ୍କୁ ଜଗନ୍ନାଥଙ୍କ କାର୍ଯ୍ୟକ୍ରମରେ ଏପରି ଆଧୁନିକ ଗୀତରେ ଡ୍ୟାନ୍ସ କରିବାକୁ ବାରଣ କରିବା ପରିବର୍ତ୍ତେ ନିଜେ ଡ୍ୟାନ୍ସ କରିଛନ୍ତି ଏବଂ ସେମାନଙ୍କୁ ଉତ୍ସାହିତ କରିଛନ୍ତି।ଯଦି ଜଗନ୍ନାଥଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ସମୟରେ ଆଜି କେହି ବିଜେଡି କିମ୍ବା କଂଗ୍ରେସ ନେତା ଏପରି ଡ୍ୟାନ୍ସ କରିଥାଆନ୍ତେ, ତେବେ ଏ’ ବିଜେପି ବାଲା ତାଙ୍କୁ ନୀତି ଶିକ୍ଷା, ସଂସ୍କାର ଆଦିର ଜ୍ଞାନ ଦେଇଥାଆନ୍ତେ।ଅନେକ ତୁମ୍ବୀ ତୋଫାନ କରିଥାଆନ୍ତେ।ତେବେ, ଏବେ ଏ’ ବିଜେପି ନେତାଙ୍କୁ ସଂସ୍କାର, ସଂସ୍କୃତିର ଜ୍ଞାନ ଦେବ କିଏ?//ଦେବଦତ୍ତ ରଥ

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.