Home ଜିଲ୍ଲା ପରିକ୍ରମା ଏସ୍‌ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ସମାରୋହ

ଏସ୍‌ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ସମାରୋହ

16

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଏସ୍‌. ବି. ଡ଼ି. ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ଏହାର ବାର୍ଷିକ ଉତ୍ସବ “ରାଗ” ତିନିଦିନ ଧରି ପାଳିତ ହୋଇଯାଇଛି। ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ୱରସ୍ଥିତ “ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଥମେଟିକ୍‌”ର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା, ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିବସରେ ଭଦ୍ରକ ସ୍ଥିତ ‘ବେଦାନ୍ତ’ (ଫେକର) ସି.ଇ.ଓ. ବଳବନ୍ତ ସିଂ ରାଠୋର, ଭଦ୍ରକସ୍ଥିତ ସେଣ୍ଟ ଜାଭିୟର ବିଦ୍ୟାଳୟର ଅଧ୍ୟକ୍ଷ ତନୁଶ୍ରୀ ଦତ୍ତ ଓ ଧିରେନ୍ଦ୍ର କର ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନନୀୟ ଅତିଥି ଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବର ଉଦ୍‌ଯାପନୀ ଦିବସରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ବେଦାନ୍ତ’ (ଫେକର) ସି.ଏଫ୍‌.ଓ କରନ୍ କେଜ୍ରିୱାଲ ସମ୍ମାନନୀୟ ଅତିଥି ଓ ଧର୍ମେନ୍ଦ୍ର କର ସ୍ୱତନ୍ତ୍ର ଅତିଥିରୂପେ ଉତ୍ସବକୁ ଗୌରବ ମଣ୍ଡିତ କରିଥିଲେ। ଉକ୍ତ ଦିବସଗୁଡ଼ିକରେ ଅତିଥିବୃନ୍ଦ ବିଦ୍ୟାଳୟର ଚେୟାରମ୍ୟାନ୍ ଦେବାଶିଷ ଦିକ୍ଷିତ, ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଯୁଧୁଷ୍ଠିର ଦେବତା, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ର, ଏମ୍‌. ଡି. ବିଦ୍ୟାଧର ଅଗସ୍ତି, ମାଡ଼ାମ୍ ଏମ୍‌.ଡି. ବନ୍ଦିତା ଦିକ୍ଷିତ, ମାଡ଼ାମ୍ ଚେୟାରମ୍ୟାନ ଆଶାବରି କର, ଦେବେନ୍ଦ୍ର ଶତପଥି, ଅଧ୍ୟକ୍ଷ ଏସ୍‌.ବି.ଡ଼ି. ଯାଜପୁର, ବିଶିଷ୍ଟ ଶିକ୍ଷାବିତ୍ ବିପିନ୍ ବିହାରୀ କର ଓ ଅନ୍ୟ ଅତିଥିଗଣଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଦୀକ୍ଷିତ୍ ଓ ମାଡ଼ାମ୍ ଏମ୍‌.ଡ଼ି. ଶ୍ରୀମତୀ ଦୀକ୍ଷିତ ଅତିଥଗଣଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବତା ବିଦ୍ୟାଳୟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମାର୍ଗଦର୍ଶକ ପ୍ରଫେସର୍ ମହାପାତ୍ର ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ରେଖାପାତ କରିବା ସହ ଛାତ୍ରଛାତ୍ରୀଗଣଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବରାହଲକ୍ଷ୍ମୀ, ସଂଯୋଜିକା ପୁଷ୍ପିତା ସ୍ୱାଇଁ ଏବଂ ବରିଷ୍ଠ ଶିକ୍ଷକ ତପନ ପଲେଇ ଉପସ୍ଥିତ ଦର୍ଶକଗଣଙ୍କ ସମ୍ମୁଖରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣର କୃତିତ୍ୱ ସମ୍ପକରେ ଆଲୋକପାତ କରିଥିଲେ। ତିନିଦିନ ଧରି ଚାଲିଥିବା ବାର୍ଷିକ ଉତ୍ସବରେ ‘ଜୀବନଯାତ୍ରା’ର ବିଭିନ୍ନ ରହସ୍ୟକୁ ନୃତ୍ୟ, ସଙ୍ଗୀତ ଓ ନାଟକ ମାଧ୍ୟମରେ ପରିବେଷଣ କରି ଉପସ୍ଥିତ ଦର୍ଶକଗଣଙ୍କୁ ମନମୁଗ୍ଧ କରିଲେ। ଏହି ଅବସରରେ ଜେ.ଡ଼ି.ଏମ୍‌. ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ସମ୍ମାନୀତ କରିବାସହ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଗଣଙ୍କୁ ପୁରସ୍କୃତ କରାଯାଇଥିଲା। ଏତଦ୍‌ବ୍ୟତୀତ, ଗତ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଗଣଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ତରଫରୁ ପରିବେଶ ସୁରକ୍ଷା ଜାଗରଣ ସୃଷ୍ଟି କରିବା ପାଇଁ କୃତି ପ୍ରତିଯୋଗୀମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବର ସଫଳ ରୂପାୟନ ପାଇଁ କାର୍ଯକ୍ରମ ସଂଯୋଜିକା ଆରତୀ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷୟତ୍ରୀ ମିଲି ମହାନ୍ତି ଓ ହାୟର୍ ସେକେଣ୍ଡାରୀର ବିଭାଗର ସଂଯୋଜକ କିକ୍ ଭଟାଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶେଷରେ ଚେୟାରମ୍ୟାନ, ଅଧ୍ୟକ୍ଷ ଓ ପ୍ରତିଷ୍ଠାତା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଋରୀ ବୃନ୍ଦଙ୍କୁ ସାଧୁବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.