Home Coronavirus Outbreak ପତ୍ନୀଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ, ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ପତ୍ନୀଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ, ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

202

ପାଟନା/ନୂଆ ଦିଲ୍ଲୀ ଏପ୍ରିଲ ୨୬ (ଓଡିଆ ପୁଅ) : ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କର COVID-19 ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ପତ୍ନୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ପାଟନାରେ ଘଟିଛି। ବ୍ୟକ୍ତି ଜଣକ ଅତୁଲ ଲାଲ ନାମକ ଜଣେ ରେଳ କର୍ମଚାରୀ ଥିବାବେଳେ ତାଙ୍କ ପତ୍ନୀ ବିହାରର ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଘଟଣାର ତଦନ୍ତ ପାଇଁ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

ପୋଲିସ ସୂତ୍ର ଅନୁଯାୟୀ, ରେଳବାଇରେ କାମ କରୁଥିବା ଅତୁଲ ଲାଲଙ୍କର ପତ୍ନୀଙ୍କର COVID-19 ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା ଏବଂ ପରେ ନିଜ ଘରର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା। ଏହି ଦମ୍ପତି ସହରର ପତ୍ରକାର ନଗରରେ ରହୁଥିଲେ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟଯେ, ବେକାବୁ କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। କ୍ରମାଗତ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ କୋଭିଡ କାରଣରୁ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଶଯ୍ୟା, ଭେଣ୍ଟିଲେଟର, ରିମେଡେସିଭିର ଏବଂ ଅକ୍ସିଜେନ ଅଭାବରେ ଜୀବନ ବଞ୍ଚେଇବାକୁ ଚେଷ୍ଟା କରୁଛି। ଏହି ଅସୁବିଦାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୫୫ ଲକ୍ଷରୁ ଅଧିକ ନୂତନ କରୋନା ସଂକ୍ରମଣ ଦେଖିବାକୁ ମିଳିଛି ଏବଂ ୨୮୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.