Home ଓଡ଼ିଶା କୋଭିଡ-୧୯ ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

କୋଭିଡ-୧୯ ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

122

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ମେ’ ୦୨, ୨୦୨୦ ଶନିବାର ଦିନ ସନ୍ଧ୍ୟା ୦୮.୪୫ ସମୟରେ ନୂଆଦିଲ୍ଲୀ ଏମ୍ସଠାରେ ଭାରତର ଲୋକପାଳର ନ୍ୟାୟୀକ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି। ସେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିଲେ ଏବଂ ଏପ୍ରିଲ ୦୨, ୨୦୨୦ରେ ଶ୍ଵାସଗତ ସମସ୍ୟା ଦେଖାଯିବାରୁ ଏମ୍ସରେ ଭର୍ତ୍ତି ହୋଇଥିଲେ।

ସ୍ଵର୍ଗତ ଜଷ୍ଟିସ ଅଜୟ କୁମାର ତ୍ରିପାଠୀ ନଭେମ୍ବର ୧୨, ୧୯୫୭ରେ ଜନ୍ମ ଗ୍ରହଣ କରିଥିଲେ। ସେ ଶ୍ରୀରାମ କଲେଜ ଅଫ କମର୍ସରୁ ଅର୍ଥନୀତିରେ ସ୍ନାତ୍ତକ କଲାପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ସେ ପାଟନା ହାଇକୋର୍ଟରୁ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ଅକ୍ଟୋବର ୦୯, ୨୦୦୬ରେ ପାଟନା ହାଇକୋର୍ଟର ଅତିରିକ୍ତ ଜର୍ଜ ଭାବେ ନିଯୁକ୍ତି ପାଇଥିଲେ। ନଭେମ୍ବର ୨୧, ୨୦୦୭ରେ ସେ ପାଟନା ହାଇକୋର୍ଟର ସ୍ଥାୟୀ ଜର୍ଜ ଭାବେ ଶପଥପାଠ କରିଥିଲେ। ସେ ଜୁଲାଇ, ୦୭, ୨୦୧୮ରେ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥପାଠ କରିଥିଲେ। ଜଷ୍ଟିସ ତ୍ରିପାଠୀ ମାର୍ଚ୍ଚ ୨୭, ୨୦୧୯ରେ ଭାରତର ଲୋକପାଳରେ ନ୍ୟାୟୀକ ସଦସ୍ୟ ଭାବେ ଶପଥପାଠ କରିଥିଲେ। ଭାରତରେ ଲୋକପାଳ ଅନୁଷ୍ଠାନ ଗଠନରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଲୋକପାଳର ସମସ୍ତ ସଦସ୍ୟ ଓ ଅଧିକାରୀମାନେ ତାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ତାଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.