Home ଓଡ଼ିଶା ଦିଲ୍ଲୀ AIIMS ର ପ୍ରଥମ ଏବଂ ଦ୍ୱିତୀୟ ମହଲାର ନିଆଁକୁ ଆୟତ୍ତ କରିବା ପରେ ପଞ୍ଚମ...

ଦିଲ୍ଲୀ AIIMS ର ପ୍ରଥମ ଏବଂ ଦ୍ୱିତୀୟ ମହଲାର ନିଆଁକୁ ଆୟତ୍ତ କରିବା ପରେ ପଞ୍ଚମ ମହଲାରେ ଲାଗିଲା ନିଆଁ, ହେଳ୍ପଲାଇନ ନମ୍ବର ଜାରୀ – ଏବେ ନିଆଁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ

429

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଦେଶର ରାଜଧାନୀ ଦିଲ୍ଲୀର ଖ୍ୟାତନାମା ହସ୍ପିଟାଲ ଏମ୍ସରେ ଲାଗି ଥିବା ନିଆଁକୁ କିଛିସମୟ ପୂର୍ବରୁ ଆୟତ୍ତାଧିନ କରାଯାଇଥିଲା। କିନ୍ତୁ ପୁଣି ଏବେ ପଞ୍ଚମ ମହଲାରେ ନିଆଁ ଲାଗିଛି। ଜେନେରାଲ ୱାର୍ଡକୁ ଖାଲି କରାଯାଇଛି ଏବଂ ଚିକିତ୍ସାଧିନ ରୋଗୀଙ୍କୁ ଦ୍ୱିତୀୟ ୱାର୍ଡକୁ ସିଫ୍ଟ କରାଯାଇଛି। ଏମ୍ସର ତରଫରୁ ସିଫ୍ଟ କରାଯାଇଥିବା ଚିକିତ୍ସାଧିନ ବ୍ୟକ୍ତିମାନଙ୍କ ପାଇଁ ହେଳ୍ପଲାଇନ ନମ୍ବର ୦୧୧-୨୬୫୯୩୩୦୮ ଜାରୀ କରାଯାଇଛି। ଅପର ପଟେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି।

ସୂଚନାଯୋଗ୍ୟଯେ, ଶର୍ଟ ସର୍କିଟ କାରଣରୁ ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗି ଥିଲା ଯାହାକି ପଞ୍ଚମ ମହଲା ପର୍ଯ୍ୟନ୍ତ ପହଁଚିଛି। ଦମକଳ ବିଭାଗର ୪୨ଟି ଗାଡ଼ିର ସହାୟତାରେ ନିଆଁକୁ ବହୁ ପରିମାଣରେ ଆୟତ୍ତ କରାଯାଇଥିଲା, କିନ୍ତୁ କ୍ରମାଗତଭାବେ ଧୁଆଁ ଉଠୁ ଥିଲା। ଏଠାରେ ଭଲ ଖବର ଏହାଯେ, ଏହି ଘଟଣାରେ କୌଣସି ହତାହତ ହେବାର ଖବର ନାହିଁ।

ଏମ୍ସର ଟିଚିଂ ବ୍ଲକରେ ନିଆଁ ଲାଗିଥିଲା। ଫାୟାର ଡିପାର୍ଟମେଣ୍ଟର ୪୨ଟି ଗାଡ଼ି ଏବଂ ପ୍ରାୟତଃ ୧୫୦ ଦମକଳ କର୍ମିମାନଙ୍କର ସହାୟତାରେ ଆୟତ୍ତାଧିନ ଥିଲା।

ଦିଲ୍ଲୀ ଫାୟାର ସର୍ଭିସର ଡାଇରେକ୍ଟର ବିପିନ କେଣ୍ଟଲ କହିଛନ୍ତିୟେ, ଏମ୍ସର ଟିଚିଂ ବ୍ଲକରେ ଓପିଡି ଏବଂ ନ୍ୟୁରୋଲୋଜି ବ୍ଲକ ମଧ୍ୟ ଅଛି. ଓପିଡି ବ୍ଲକରେ ଅଧିକ ପେସେଣ୍ଟ ନଥିଲେ, କିନ୍ତୁ ତା’ ନିକଟରେ ଥିବା ବ୍ଲକର ୧୩ ଜଣ ପେସେଣ୍ଟଙ୍କୁ ରେସ୍କ୍ୟୁ କରାଯାଇଛି ଏବଂ ୭ଜଣ ରୋଗୀ ଭେଣ୍ଟିଲେଟରରେ ଥିଲେ ସେମାନଙ୍କୁ ଶିଫ୍ଟ କରାଯାଇଛି। ଭେଣ୍ଟିଲେସନ ସଟ ସର୍କ୍ିଟ୍ କାରଣରୁ ନିଆଁ ଭିତରେ ଭିତରେ କୁହୁଳୁଥିଲା।

ବର୍ତ୍ତମାନ ମିଳିଥିବା ଖବରରୁ ଜଣାପଡ଼ିଛିଯେ, ନିଆଁ କୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.