Home ଓଡ଼ିଶା ଜାଣନ୍ତୁ କେବେ ହେବ ନିଟ୍ ପରୀକ୍ଷା

ଜାଣନ୍ତୁ କେବେ ହେବ ନିଟ୍ ପରୀକ୍ଷା

488

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(NIIT) ଅଧୀନରେ ଏମବିବିଏସ୍‌ ଓ ବିଡିଏସ୍‌ ସ୍ନାତକ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପ୍ରବେଶିକା ପରୀକ୍ଷା ଆସନ୍ତା ୨୦୨୦ ମେ ୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୨ରୁ ଆରମ୍ଭ ହୋଇଯିବ। ଅନଲାଇନ୍‌ ଆବେଦନ ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରହିଛି। ଇଚ୍ଛୁକ ପରୀକ୍ଷାର୍ଥୀ NIIT ଅଫିସିଆଲ େଓ୍ଵବସାଇଟ୍‌ www.ntaneet.nic.inକୁ ଯାଇ ଆବେଦନ କରିପାରିବେ।

ଯେଉଁମାନେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେହିମାନେ ହିଁ କେବଳ ନିଟ୍‌ ପରୀକ୍ଷା ଦେଇପାରିବେ। ନିଟ୍‌ ଅଫିସିଆଲ ନୋଟିଫିକେଶନ ମୁତାବକ, ପ୍ରବେଶିକା ପରୀକ୍ଷା ଅଫଲାଇନ୍‌ ମୋଡରେ କରାଯିବ। ଏଥିପାଇଁ ଆସନ୍ତା ମାର୍ଚ୍ଚ ୨୭ରୁ ଡାଉନଲୋଡ୍‌ କରାଯାଇପାରିବ ଏବଂ ପରୀକ୍ଷା ଫଳ ଜୁନ୍‌ ୪ରେ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.