Home ଆନ୍ତର୍ଜାତୀୟ ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

1248

    ଝଣ୍ଡା ଉଞ୍ଚା ରହେ ହମାରା …
ଭୁବନେଶ୍ୱର: ବିଦେଶ ମାଟିରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ଭାଜପା ନେତ୍ରୀ ସାଜିଆ ଇଲ୍ମି ଏବଂ ପତ୍ରକାର ପୁନମ୍ ଯୋଶୀଙ୍କ ସାହସିକ ଜବାବକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।ୟୁନାଇଟେଡ୍ ପିସ୍ ଫେଡରେସନ୍ ସମ୍ମିଳନୀରେ ଯୋଗଦେବା ପାଇଁ ଗ୍ଲୋବାଲ ସିଟିଜନ୍ ଫୋରମ୍ ପ୍ରତିନିଧି ମଣ୍ଡଳ ସଦସ୍ୟା ଭାବରେ ସାଜିଆ ଇଲ୍ମି ଦକ୍ଷିଣ କୋରିଆ ଯାଇଥିଲେ।ଦକ୍ଷିଣ କୋରିଆର ସିୟୋଲ ଠାରେ ବୈଠକ ଥିଲା।ବୈଠକ ପରେ ସାଜିଆ ଏବଂ ଆଉ ଦୁଇ/ତିନି ଜଣ ପ୍ରତିନିଧି କୋରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରି ଫେରିବା ସମୟରେ ପାକିସ୍ଥାନୀ ସମର୍ଥକ ମାନଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା।ପ୍ରାୟ ୨୦୦ ପାକିସ୍ଥାନୀ ସମର୍ଥକ ଭାରତ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିଭିନ୍ନ ଶ୍ଳୋଗାନ୍ ଦେଇଥିଲେ।ଭାରତ ଏବଂ ମୋଦୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟମାନ ଦେଇଥିଲେ।ଜମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟିବା ଭାରତର ଆଭ୍ୟନ୍ତରୀଣ କଥା ବୋଲି ସାଜିଆ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରେ ସେମାନେ ଅଧିକ ଉଗ୍ର ପ୍ରଦର୍ଶନ କଲେ।ରାଷ୍ଟ୍ର ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟକୁ ସହି ନପାରି ସେମାନଙ୍କ ସହ ଲଢ଼ି ବସିଥିଲେ ସାଜିଆ।ଇଣ୍ଡିଆ/ଭାରତ/ହିନ୍ଦୁସ୍ଥାନ ଜିନ୍ଦାବାଦ ଏବଂ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନ୍ୟାରା ଦେଇ ସେମାନଙ୍କୁ ପ୍ରତିହତ କରିଥିଲେ ସାଜିଆ ଇଲ୍ମି।ପରେ କୋରିଆ ଅଧିକାରୀମାନେ ପ୍ରଦର୍ଶନକାରୀଙ୍କୁ ସେଠାରୁ ହଟାଇଥିଲେ।ଜମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟିବା ନେଇ ଭାରତ ବିରୋଧରେ ପାକିସ୍ଥାନୀ ସମର୍ଥକଙ୍କର ଏହି ପ୍ରଦର୍ଶନ ଥିଲା।ଆମେ ଯେଉଁଠାରେ ବି ଥାଏ, ଦେଶ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ପ୍ରଦର୍ଶନ ବିରୋଧରେ ଆମେ ସମସ୍ତେ ଆମର କ୍ଷୋଭ ଶାନ୍ତିପୂର୍ଣ୍ଣ ଭାବରେ ବ୍ୟକ୍ତ କରିବା ଉଚିତ ବୋଲି କହିଛନ୍ତି ସାଜିଆ ଇଲ୍ମି।

ନିକଟରେ ବିଦେଶ ମାଟିରେ ଏହିପରି ବାହାଦୂରୀ ଦେଖାଇଥିଲେ ଆଉ ଜଣେ ଭାରତୀୟ ଝିଅ।ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନ କାର୍ଯ୍ୟାଳୟରେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରାଗଲା।ସେହି ସମୟରେ ହାଇ କମିଶନ ବାହାରେ କିଛି ପାକିସ୍ଥାନୀ ଏବଂ ଖାଲିସ୍ଥାନ ସମର୍ଥକ ବିରୋଧ ପ୍ରଦର୍ଶନ କଲେ।ବିରୋଧ ପ୍ରଦର୍ଶନ ସହିତ ସେମାନେ ତ୍ରିରଙ୍ଗାର ଅପମାନ କରିବାକୁ ଚେଷ୍ଟା କଲେ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ପତ୍ରକାର ପୁନମ ଯୋଶୀ ପ୍ରଦର୍ଶନକାରୀଙ୍କ ସହ ଲଢ଼ିଥିଲେ।ସେମାନଙ୍କଠାରୁ ପୁନମ ତ୍ରିରଙ୍ଗା ଛଡ଼େଇ ଆଣିଥିଲେ।

ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଭାରତରେ ରହୁଥିବା ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ, ବିଚ୍ଛିନ୍ନତାବାଦୀଙ୍କ ସମେତ ମମତା ବାନାର୍ଜୀ, ବାମପନ୍ଥୀ ଏବଂ କିଛି କଂଗ୍ରେସ ନେତା ରାଷ୍ଟ୍ର ବିରୋଧୀ ତଥା ପାକିସ୍ଥାନକୁ ସୁହାଇଲା ପରି ମନ୍ତବ୍ୟ ଦେଉଛନ୍ତି।ଏପରି ସମୟରେ ବିଦେଶ ମାଟିରେ ଭାରତ ବିରୋଧୀଙ୍କୁ ଦେଶର ଦୁଇ ଝିଅ ସାଜିଆ ଏବଂ ପୁନମଙ୍କ ସାହସିକ ଜବାବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।ସାବାସ୍ ସାଜିଆ! ସାବାସ୍ ପୁନମ୍!! //ଦେବଦତ୍ତ ରଥ

ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.