Home ଓଡ଼ିଶା କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ମନୋହର ଲାଲ ଖଟ୍ଟର...

କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ମନୋହର ଲାଲ ଖଟ୍ଟର : ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

181

ଚଣ୍ଡିଗଡ଼ ୨୭-୧୦ (ଓଡ଼ିଆ ପୁଅ) ମନୋହର ଲାଲ ଖଟ୍ଟର କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିପାବଳୀରେ ସେ ଚଣ୍ଡିଗଡ଼ ସ୍ଥିତ ହରିଆଣାର ରାଜଭବନରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଖଟ୍ଟରଙ୍କ ସମେତ ପାଞ୍ଚ ଅନ୍ୟ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଭାରତୀୟ ଜନତା ପାର୍ଟୀ ସହିତ ଗଠବନ୍ଧନର ଭାଗୁଆଳି ଜନନାୟକ ଜନତା ପାର୍ଟୀର ମୁଖିଆ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି।

ମନୋହର ଲାଲ ଖଟ୍ଟରଙ୍କର ଶପଥ ଗ୍ରହଣ ସମାରୋହରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପୀ ନଡ୍ଡାଙ୍କ ବ୍ୟତୀତ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ମନୋହର ଲାଲ ଖଟ୍ଟରଙ୍କୁ ଶନିବାରଦିନ ସର୍ବସମ୍ମତ୍ତି କ୍ରମେ ବିଜେପି ବିଧାୟକ ଦଳର ନେତା ମନୋନୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.