Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଅଶୋକ ଦାସ ଫାଊଣ୍ଡେସନ ଓ ଜିଲ୍ଳା ରେଡକ୍ରସ ସୋସାଇଟି ତରପଂରୁ ରକ୍ତଦାତାଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧିତ...

ଅଶୋକ ଦାସ ଫାଊଣ୍ଡେସନ ଓ ଜିଲ୍ଳା ରେଡକ୍ରସ ସୋସାଇଟି ତରପଂରୁ ରକ୍ତଦାତାଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧିତ କାର୍ଯ୍ୟକ୍ରମ

133

ଯାଜପୁର୨୭ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଗୈାତମ ବୁଦ୍ଧ ସଂସ୍କୃୃତି ଭବନ ଠାରେ ଭୁବନେଶ୍ୱରପୁର, ବିଚିତ୍ରପୁର, ପଣସା, ମାଳଆନନ୍ଦପୁର ଓ ମହେଶ୍ୱରପୁର ପଞ୍ଚାୟତ ଗୁଡିକରେ ଯେଉଁମାନେ ରକ୍ତଦାନ କରିଚ୍ଥନ୍ତି ସେମାନଙ୍କୁ ସମ୍ୱର୍ଦ୍ଧିତ କରିବାକୁ ଯାଇ ଅଶୋକ ଦାସ ପାଂଊଣ୍ଡେସନ ଓ ଜିଲ୍ଳା ରେଡକ୍ରସ ସୋସାଇଟି ତରପଂରୁ ରକ୍ତଦାତାଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚ୍ଥି ।  ପ୍ରତି ସପ୍ତାହରେ ଗୋଟିଏ ପଞ୍ଚାୟତ ରକ୍ତଦାନ କରୁଚ୍ଥନ୍ତି ।  ପୂର୍ବଥର ଉପରୋକ୍ତ ପଞ୍ଚାୟତ ଗୁଡିକରୁ ପୁରଷ ଓ ମହିଳା ୨୫୦ ରୁ ୩୫୦ ୟୁନିଟ୍ ରକ୍ତ ପ୍ରଦାନ କରିଚ୍ଥନ୍ତି ।  ଜିଲ୍ଳା ପାଇଁ ଏହା ଏକ ଗୈାରବର ବିଷୟ ।  କଥାରେ ଅଚ୍ଥି ରକ୍ତଦାନ ମହା ପୂଣ୍ୟ, ରକ୍ତଦାତା ଜୀବନ ଦାତା ଅଟେ ।  ଜିଲ୍ଳାପାଳ ରଂଜନ କୁମାର ଦାସ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିିଥି ଭାବେ ଯୋଗଦେଇ ଉପସ୍ଥିତ ରକ୍ତଦାତା ମାନଙ୍କୁ ସ୍ୱାଗତ କରିବା ସହିତ ଏହି ରକ୍ତଦାନକୁ ଏକ ମହତ ଦାନ ବୋଲି କହିଥିଲେ ଓ ରକ୍ତ ଜନିତ କାରଣରୁ ଦୁଃଖ ପାଉଥିବା ଜନସାଧାରଣ ଆଉ ଦୁଃଖିତ ହେବେନାହିଁ ବୋଲି କହିଥିଲେ ଓ ଜିଲ୍ଳାକୁ ରାଜ୍ୟରେ ଏକ ନମ୍ୱର କରିବାକୁ ସେ ଆହ୍ୱାନ ଦେଇଥିଲେ ।  ଯାଜପୁରର ସ୍ୱେଚ୍ଚ୍ଥାକୃତ ରକ୍ତଦାନକୁ ଶ୍ରୀ ଦାସ ଭୂୟସୀ ପ୍ରଶଂସା କରିଥିଲେ ।  ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯଯାତି କେଶରୀ ଦାସ ପାଂଉଣ୍ଡେସନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରି ରକ୍ତଦାନ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଠାରୁ ମହାପୂଣ୍ୟ ଜଗତରେ କିଚ୍ଥି ନାହିଁ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ରକ୍ତଦାନ ପରେ ବଞ୍ଚି ରହିବା ଲୋକଟି ଯେତେ ଖୁସି ନ ହୁଏ ଦାନ କରିଥିବା ଲୋକଟି ଅଧିକ ଖୁସି ହୁଏ ।  ବରିଷ୍ଠ ସାମ୍ୱାଦିକ ପୂର୍ଣ୍ଣଚନ୍ଦ୍ର ଦେଓ କାର‌୍ୟ୍ୟକ୍ରମଟିକୁ ପରିଚାଳନା କରଥିଲେ ।  ସୁକନ୍ୟାର କଳାକାରମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।  ପରେ ପରେ ଜିଲ୍ଳ୍‌ାପାଳଙ୍କ ଦ୍ୱାରା ମା’ କାଳୀଙ୍କର ଭଜନ କ୍ୟାସେଟ୍ ଉନ୍ମୋଚନ କରାଯାଇଥିଲା । ପ୍ରତି ରକ୍ତଦାନ ଶିବିରରେ ୯ ବର୍ଷର ବାଳକ  ଚନ୍ଦ୍ରଶେଖର ରାଉତରାୟ ଉପସ୍ଥିତ ରହୁଥିବାରୁ ତାଙ୍କୁ ସମ୍ୱର୍ଦ୍ଧନା କରିବା ସଂଗେ ସଂଗେ ପାଞ୍ଚଗୋଟି ପଞ୍ଚାୟତରୁ ଆସିଥିବା ରକ୍ତଦାତା ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ଉପସ୍ଥିତ ଜନସାଧାରଣଙ୍କୁ ଧର୍ମେନ୍ଦ୍ର ନାୟକ ମଞ୍ଚ ଉପରକୁ ଡାକିଥିଲେ ।  ଶେଷରେ ପୂର୍ଣ୍ଣଚନ୍ଦ୍ର ଦେଓ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.