Home ଅପରାଧ ଯାଜପୁରରୋଡ କୋର୍ଟ ଷ୍ଟେନୋ ବାବୁ ନିଖୋଜ

ଯାଜପୁରରୋଡ କୋର୍ଟ ଷ୍ଟେନୋ ବାବୁ ନିଖୋଜ

157

ଭୁବନେଶ୍ୱର/ଯାଜପୁର୨୭ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁରରୋଡ କୋର୍ଟର କାର୍ଯ୍ୟରତ ଷ୍ଟୋନା ବାବୁ ବିନୋଦ ବିହାରୀ ମାରାଣ୍ଡି ନିଖୋଜ ହେବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି । ଶ୍ରୀ ମାରାଣ୍ଡି ରଗଡି ଜେଲ କଲୋନୀରେ ରୁହନ୍ତି । ତାଙ୍କ ସ୍ତ୍ରୀ ଶାନ୍ତିଲତା ମାଝୀ ରଗଡିସ୍ଥିତ ଯାଜପୁରରୋଡ ଉପକାରାଗାରରେ ୱାର୍ଡର ଭାବେ କାମ କରନ୍ତି । ସେ ମଙ୍ଗଳବାର ୨୨ ତାରିଖ ସକାଳ ସଢେ ୫.୩୦ ମିନିଟ ସମୟରେ ଏକ ଫୋନ କଲ ପାଇ ତାଙ୍କ ଟାଟା ନିକସନ କାର(ଓଡି ୩୩ ଡବ୍ଲ୍ୟୁ ୩୫୫୫) ଯୋଗେ ରଗଡି ଜେଲ କଲୋନୀରୁ ବାହାରି ଆସିଥିଲେ । ମାତ୍ର ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ସୁଇଚ ଅପ ଥିବାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି । ଶେଷରେ ଏନେଇ କୋରାଇ ଥାନାରେ ସ୍ତ୍ରୀ ଶାନ୍ତିଲତା ଅଭିଯୋଗ କରିଛନ୍ତି । ତାଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.