Home ଆନ୍ତର୍ଜାତୀୟ ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

441

ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଇଂରାଜୀରେ (World Environment Day), ସଂକ୍ଷେପରେ (WED)।ପରିବେଶ ପ୍ରତି ସକାରାତ୍ମକ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ ଅନ୍ତର୍ଗତ କାର୍ଯ୍ୟକ୍ରମ।

ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା।ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା।ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ “ବିଶ୍ୱ ପରିବେଶ ଦିବସ” ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇ ଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟ ବସ୍ତୁକୁ ନେଇ ପାଳନ କରାଯାଇଥାଏ।ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା।

ପୃଥିବୀକୁ କମ୍ବଳ ସଦୃଶ ଘୋଡ଼େଇ ରଖିଥିବା ବାୟୁ ମଣ୍ଡଳର ପ୍ରଦୂଷଣ ମାତ୍ରା ବଢ଼ିବଢ଼ି ଚାଲିଛି।ବାୟୁ ମଣ୍ଡଳ ଦିନକୁ ଦିନ ଭୟଙ୍କର ଭାବରେ ଦୂଷିତ ହେଉଛି।ପ୍ରକୃତି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ହୁଏତ ସମ୍ଭବ ହୋଇ ନ’ପାରେ, କିନ୍ତୁ ମନୁଷ୍ୟକୃତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ।ଏବେ ଏହାକୁ ପ୍ରତିହତ ନ’କଲେ ଆଗାମୀ ଦିନରେ ଏହା ସମଗ୍ର ଜୀବ ଜଗତ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବ।ମିଳିତ ଜାତିସଂଘର ବିବରଣୀ ମୁତାବକ ଏବେ ପ୍ରତି ୫ ବର୍ଷରେ ବିଶ୍ବର ଉତ୍ତାପ ୧ ଡିଗ୍ରି ସେଲସିୟସ ବୃଦ୍ଧି ପାଉଛି।ପିଏମ୍ ୧୦ ମାଇକ୍ରନ୍ରୁ କମ୍ ଆକାରର କଣିକା ଯଥା ପିଏମ୍ ୨.୫ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରୁଛି।ଫଳରେ ପ୍ରତି ଘଣ୍ଟାରେ ବାୟୁ ପ୍ରଦୂଷଣ ଜନିତ ରୋଗ ମନୁଷ୍ୟ ଶରୀରରେ ସୃଷ୍ଟି ହେଉଛି।

ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ବିଷୟବସ୍ତୁ ରହିଛି ‘ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ବା ପରାସ୍ତ କରିବା’।ଅର୍ଥାତ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆହ୍ବାନ ପାଲଟିଛି।ତେଣୁ,ଏବେଠାରୁ ଯଦି ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପ୍ରକ୍ରିୟା ଆରମ୍ଭ ନ’ହୁଏ ଏବଂ ସାଧାରଣ ଜନତା ଏ’ ବାବଦରେ ସଚେତନ ନ’ହୁଅନ୍ତି ତେବେ ଆଗାମୀ ଦିନରେ ଆମକୁ ବିଷମ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ।//ଦେବଦତ୍ତ ରଥ

ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)

ପବିତ୍ର ରମଜାନ ମାସ ଏବଂ ତାର ମହତ୍ୱ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.