Home ଆମ ପର୍ବ ପର୍ବାଣୀ ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)

ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)

961

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ୨୦୧୯ରେ ଜୁନ ୫ ତାରିଖରେ ପଡ଼ୁଛି “ଇଦୁଲ ଫିତର୍”।ଯାହାକୁ ସଂକ୍ଷେପରେ ଇଦ କୁହାଯାଏ।ଏହା ରମଜାନ ମାସର ଶେଷ ଦିନ ପାଳନ କରାଯାଏ।ରମଜାନ, ଇଦ ଅଲ-ଆଧା ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା।ଏଇ ପର୍ବଟି ଅଣ ତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର।ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ।ଏହି ଦିନ ସାରା ବିଶ୍ୱ ମୁସଲମାନ ମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି।ଏହି ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ।

ଇସଲାମୀ କ୍ୟାଲେଣ୍ଡର ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ।ଇସଲାମୀ ପଞ୍ଜିକାର ପ୍ରତି ମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲାପରେଯାଇ ଆରମ୍ଭ ହୋଇଥାଏ।ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ।ମାସ ସାରା ମୁସଲମାନମାନେ ଉପବାସ କରିଥାନ୍ତି।ଇସଲାମୀ ସାଲରେ ଥିବା ଦିଓଟି ଇଦ ଭିତରୁ ଏହା ଗୋଟିଏ।ଅନ୍ୟଟି ହେଲା “ଇଦ ଉଲ-ଅଜହା”।”ଇଦ ଉଲ-ଫିତ୍ର”କୁ ପୈଗମ୍ବର ମହମ୍ମଦ ସନ ୬୨୪ରେ “ଜଙ୍ଗଏ-ବଦର” ପରେ ପାଳନ କରିଥିଲେ।

ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି। ଏହା ଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି।ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି।ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି।ଏହି ଦାନକୁ “ଜକାତ ଉଲ-ଫିତ୍ର” କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସି ବି ଖାଦ୍ୟ ଦ୍ରବ୍ୟ ହୋଇପାରେ, ଯଥା, ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ।ପ୍ରାର୍ଥନା ଆଗରୁ ଏହି ଜକାତ ଗରିବମାନଙ୍କ ଭିତରେ ବଣ୍ଟାଯାଏ।ଏହି ଦିନ ସଲାତ ନାମକ ଦୁଇଟି ପର୍ଯ୍ୟାୟ (ରକ୍କା) ବିଶିଷ୍ଟ ଏକ ବିଶେଷ ପ୍ରାର୍ଥନା କରାଯାଏ, ଯାହା ଏକ ମୁକ୍ତ ପ୍ରାଙ୍ଗଣ ଅଥବା ହଲ ଭିତରେ କରାଯାଇଥାଏ।ଏହାକୁ ସାମୂହିକ ଭାବ(ଜମାତ)ରେ କରିବା ଅପହିହାର୍ଯ୍ୟ ହୋଇଥାଏ।ଏହି ପ୍ରାର୍ଥନାରେ ଅଧିକ ଆଠ ଗୋଟି ମୁଦ୍ରା (ହାତକୁ କାନ ପାଖକୁ ଉଠାଇବା) ରହିଥାଏ ଯାହାକୁ “ଆଲ୍ଲା ହୁ ଆକବର” (ଈଶ୍ୱର ମହାନ ଅଟନ୍ତି) କହିଲା ବେଳେ ସମ୍ପନ୍ନ କରାଯାଏ।ଏଥି ମଧ୍ୟରୁ ପ୍ରଥମ ତିନିଟି ପ୍ରଥମ ରକ୍କାର ଆରମ୍ଭରେ କରାଯାଇଥାଏ ଓ ଶେଷ ତିନିଟି ରୁକୁର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ରକ୍କାରେ କରାଯାଇଥାଏ (ହନାଫି ମତରେ)।ଏହି “ଇଦ ଉଲ-ଫିତ୍ର ସଲାତ ଫର୍ଦ(ବାଧ୍ୟତାମୂଳକ), ମୁସ୍ତାହବ (କରଣୀୟ) ବା ମନ୍ଦୁବ (ଐଚ୍ଛିକ) ହେବ, ତାହା କେଉଁ ମତରୁ ପ୍ରେରିତ ତା’ ଉପରେ ନିର୍ଭର କରେ।କୁରାନ ସରିଫ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ ମାସସାରା ଉପବାସ ରଖିବାକୁ ଏବଂ ଇଦ ପ୍ରାର୍ଥନା ଆଗରୁ ଜକତ ଓ ଫିତ୍ର ଅର୍ପଣ କରିବାକୁ କହିଛନ୍ତି।//ଦେବଦତ୍ତ ରଥ

ପବିତ୍ର ରମଜାନ ମାସ ଏବଂ ତାର ମହତ୍ୱ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.