Home ଓଡ଼ିଶା ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ : ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ : ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

1255

ମୁମ୍ବାଇ ୫-୬ (ଓଡ଼ିଆ ପୁଅ) ଖ୍ୟାତନାମା ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ ହୋଇଯାଇଛି। ସେ ୭୯ ବର୍ଷରଥିଲେ ଏବଂ ବୟସାଧିକ ଜନିତ ରୋଗ ଗ୍ରସ୍ତ ଥିଲେ। ସେ ବୁଧବାର ଦିନ ସକାଳେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ବୁଧବାର ଦ୍ୱିପ୍ରହର ସାଢେ ତିନିଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ତାଙ୍କର ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି। ସେ ଏକ ଫଟୋ ଶେୟାର କରି ଟ୍ଵିଟ କରିଛନ୍ତି, ପଦ୍ମଶ୍ରୀ ଶ୍ରୀ ଦିନୟାର କଣ୍ଟ୍ରାକ୍ଟର ବହୁତ ବିଶେଷ ଥିଲେ, କାରଣ ସେ ଦୁନିଆକୁ ଅନନ୍ୟ ଖୁସି ପ୍ରଦାନ କରୁଥିଲେ। ତାଙ୍କ ଭର୍ସାଟାଇଲ ଆକ୍ଟିଙ୍ଗରେ ଅନେକ ଚେହରାଙ୍କ ମନରେ ସ୍ମାଇଲ ଆଣୁଥିଲେ। ଥିଏଟର ହେଉ, ଟିଭି କିମ୍ବା ଫିଲ୍ମ ସେ ପ୍ରତ୍ୟେକ ମାଧ୍ୟମରେ ଭଲ କାମ କରିଛନ୍ତି। ତାଙ୍କର ନିଧନର ଖବର ଶୁଣି ଦୁଃଖିତ ହେବା ସହିତ ତାଙ୍କ ପରିବାର ଏବଂ ପ୍ରସଂଶକମାନଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.