Home ଓଡ଼ିଶା ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…

ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…

475

ମୁମ୍ବାଇ: ଅସହ୍ୟ ତାତି ପରେ ଏବେ ଭାରତରେ ମୌସୁମୀ ଦସ୍ତକ ଦେଇଛି।ମୁମ୍ବାଇରେ ଏବେ ମୁଷଳଧାର ବର୍ଷା ହେଉଛି।ବର୍ଷାର ମଜା ମୁମ୍ବାଇ ଲୋକ ଭରପୁର ଉଠାଉଛନ୍ତି।ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି।ଯିଏ ଯାହା ବାଟରେ ବର୍ଷାର ମଜା ନେଉଛନ୍ତି।ବାହୁବଳୀ ହିରୋଇନ ତମ୍ମନା ଭାଟ୍ଟିଆଙ୍କର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବର୍ଷାର ଖୁବ୍ ମଜା ନେଇ ଭିଜି ଭିଜି ନାଚୁଛନ୍ତି।

https://www.instagram.com/p/BzP5k80D4EU/?utm_source=ig_web_options_share_sheet

ଛାତ ଉପରେ ତମ୍ମନା ଭିଜି ଭିଜି ଫନି ଡ୍ୟାନ୍ସ କରିଛନ୍ତି।ତମ୍ମନାଙ୍କ ଜଣେ ଫ୍ୟାନ ଭିଡିଓଟିକୁ ଇଂଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।ଭିଡିଓଟି ଖୁବ୍ ଭାଇରାଲ ହେଉଛି।ତମ୍ମନା ଖୁବ୍ ଶୀଘ୍ର ନୂଆ ଫିଲ୍ମ ‘ବୋଲେ ଚୁଡ଼ିଆ’ରେ ନଜର ଆସିବେ।ନବାଜୁଦ୍ଦିନ ସିଦ୍ଦୀକୀ ଏଥିରେ ତାଙ୍କର କୋ-ଷ୍ଟାର ଅଛନ୍ତି।ପ୍ରଥମେ ଫିଲ୍ମଟିରେ ମୋନି ରାୟଙ୍କୁ ସାଇନ୍ କରାଯାଇଥିଲା।କିନ୍ତୁ ପରେ ମୋନିଙ୍କୁ ରିପ୍ଲେସ କରି ତମ୍ମନା ଏଥିରେ ଅଭିନୟ କରୁଛନ୍ତି।ସାଉଥର ଏହି ହଟ୍ ହିରୋଇନ୍ ତମ୍ମନା ବଲିଉଡ ଫିଲ୍ମ ଚାନ୍ଦସା ରୋଶନ ଚେହେରା, ହିମ୍ମତବାଲା, ଏଣ୍ଟରଟେନମେଣ୍ଟ ଆଦିରେ ଅଭିନୟ କରି ସାରିଛନ୍ତି।//ଦେବଦତ୍ତ

ହଟ୍ ମୋନାଲିସାଙ୍କ କମରିୟା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ…

ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ ଚାହିଁବ ହାରିବାକୁ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.