Home ଓଡ଼ିଶା ବିଷାକ୍ତ ମଦ ପିଇ ୨୧ ମୃତ – ଏସଆଇଟି କରିବ ତଦନ୍ତ

ବିଷାକ୍ତ ମଦ ପିଇ ୨୧ ମୃତ – ଏସଆଇଟି କରିବ ତଦନ୍ତ

173

ଚଣ୍ଡିଗଡ଼, ଜୁଲାଇ ୩୧ (ଓଡିଆ ପୁଅ) ପଞ୍ଜାବର ଅମୃତସର, ବାଟାଲା ଏବଂ ତାରନ ତରାନରେ ବିଷାକ୍ତ ମଦ ପିଇବା ପରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏହି ଘଟଣାରେ ବିଷାକ୍ତ ମଦ ତିଆରି କରୁଥିବା କିଛି ଲୋକଙ୍କୁ ପୋଲିସ ଗିରଫ କରିଛି। ଏହା ସହ ତାରସିକ୍ ପୋଲିସ୍ ଷ୍ଟେସନର SHO କୁ ନିଲମ୍ବିତ କରାଯାଇଛି। ଏହି ମାମଲାରେ ଏସଆଇଟି ଗଠନ କରାଯାଇଛି, ଯାହା ଏହି ମାମଲାର ତଦନ୍ତ କରିବ।

ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଷାକ୍ତ ମଦ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଆଜି ଚାରି ଜଣ ବ୍ୟକ୍ତିଙ୍କର ପୋଷ୍ଟମୋର୍ଟମ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.