Home Coronavirus Outbreak ୫ ବର୍ଷରୁ କମ୍ ଶିଶୁମାନଙ୍କର ନାକ ଅଧିକ ମାତ୍ରାରେ କରୋନାଭାଇରସ୍ ବହନ କରିଥାନ୍ତି – ଅଧ୍ୟୟନ

୫ ବର୍ଷରୁ କମ୍ ଶିଶୁମାନଙ୍କର ନାକ ଅଧିକ ମାତ୍ରାରେ କରୋନାଭାଇରସ୍ ବହନ କରିଥାନ୍ତି – ଅଧ୍ୟୟନ

261

ନୂଆଦିଲ୍ଲୀ ୩୧/୦୭ (ଓଡିଆ ପୁଅ) ଏଠାରେ ପ୍ରଶ୍ନ ଉଠିପାରେଯେ, ଶିଶୁମାନଙ୍କ ଦ୍ୱାରା କରୋନା ଭାଇରସ୍ ସଂକ୍ରମଣ ହୁଏ କି ନାହିଁ। ଏକ ଅଧ୍ୟୟନ ଏହା ଉପରେ କରାଯାଇଥିଲା। ଏକ ମାସରୁ ୬୫ ବର୍ଷ ମଧ୍ୟରେ ୧୪୫ ଜଣ ବ୍ୟକ୍ତି ସାମାନ୍ୟରୁ ମଧ୍ୟମ ଧରଣର COVID-19 ସଂକ୍ରମିତଙ୍କର ତିନି ଗୋଷ୍ଠୀକୁ ଅଧ୍ୟୟନ କରାଯାଇଥିଲା। ପାଞ୍ଚ ବର୍ଷରୁ କମ୍ ଶିଶୁ, ୫ ରୁ ୧୭ ବର୍ଷର ପିଲା ଏବଂ ୧୮ ରୁ ୬୫ ବର୍ଷ ବୟସ୍କ ଲୋକ ମାନଙ୍କର ତିନୋଟି ଗୋଷ୍ଟି ଗଠନ କରାଯାଇଥିଲା।

ଜାମା ପେଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶିତ ଏକ ଛୋଟ ଅଧ୍ୟୟନରେ କୁହାଯାଇଛି ଯେ, ପାଞ୍ଚ ବର୍ଷରୁ କମ୍ ପିଲାମାନେ ସେମାନଙ୍କ ଉପର ଶ୍ୱାସ କ୍ରିୟାରେ ବହୁ ପରିମାଣର କରୋନାଭାଇରସ୍ ବହନ କରିଥାଆନ୍ତି। ଯାହା ଫଳରେ ସେମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ହୋଇପାରିବ କି ନାହିଁ।

କରୋନାଭାଇରସ୍ ସଂକ୍ରମଣର ଉତ୍ସ ଭାବରେ ଶିଶୁମାନଙ୍କ ଉପରେ ତଥ୍ୟ ଖୁବ୍ କମ୍ ଅଛି। ପ୍ରାରମ୍ଭିକ ରିପୋର୍ଟରେ ଅବଶ୍ୟ ଏହାର କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ।
ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱରେ ୬୭୧, ୦୦୦ ରୁ ଅଧିକ ଲୋକଙ୍କର ପ୍ରାଣ ନେଇସାରିଲାଣି।

ମାର୍ଚ୍ଚ ୨୩ ରୁ ୨୭ ଏପ୍ରିଲ ୨୦୨୦ ମଧ୍ୟରେ, ଆନ୍ ଆଣ୍ଡ ରୋବର୍ଟ ଏଚ୍ ଲୁରିର ଶିଶୁ ହସପିଟାଲ୍ ଏବଂ ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟର ଏକ ଗବେଷଣାକାରୀ ଦଳ ଇଲିନୋଇସର ଚିକାଗୋରେ ବିଭିନ୍ନ ରୋଗୀ, ଚିକିତ୍ସାଳୟର ଆଉଟ୍‌ ଡୋର ରୋଗୀ, ଆଡମିଟ କରିଥିବା ରୋଗୀ, ଜରୁରୀକାଳୀନ ବିଭାଗ ଏବଂ ପରୀକ୍ଷା ସ୍ଥାନରୁ ସ୍ୱାବ କଲେକ୍ସନ୍ କରି ପରୀକ୍ଷା କରିଥିଲେ।

ଏହି ଅଧ୍ୟୟନରେ ଏକ ମାସରୁ ୬୫ ବର୍ଷ ମଧ୍ୟରେ ୧୪୫ ଜଣ ବ୍ୟକ୍ତି ସାମାନ୍ୟରୁ ମଧ୍ୟମ COVID-୧୯ ସହିତ ତିନି ଗୋଷ୍ଠୀରେ ଅଧ୍ୟୟନ କରିଥିଲେ – ଏହି ତିନି ଗୋଷ୍ଠୀ ହେଉଛନ୍ତି – ପାଞ୍ଚ ବର୍ଷରୁ କମ୍ ଶିଶୁ, ୫ ରୁ ୧୭ ବର୍ଷ ପିଲା ଏବଂ ୧୮ ରୁ ୬୫ ବର୍ଷ ବୟସ୍କ। ସେମାନଙ୍କର ବିଶ୍ଳେଷଣରୁ ଜଣାପଡିଛି ଯେ ଛୋଟ ପିଲାମାନେ ସେମାନଙ୍କର ଉପର ଶ୍ୱାସକ୍ରିୟାରେ ବୟସ୍କଙ୍କ ତୁଳନାରେ ୧୦ ଗୁଣା ରୁ ୧୦୦ ଗୁଣା ଅଧିକ ଭାଇରରସ୍ ଭାର ଧାରଣ କରିପାରନ୍ତି।

COVID-୧୯ ଥିବା ବୟସ୍କ ପିଲାମାନଙ୍କଠାରେ ଭାଇରାଲ୍ ଲୋଡ୍ ବୟସ୍କମାନଙ୍କ ସ୍ତର ସହିତ ସମାନ। ଏହି ଅଧ୍ୟୟନରେ ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଅଧିକ ପରିମାଣର ଭାଇରାଲ୍ ନ୍ୟୁକ୍ଲିୟିକ୍ ଏସିଡ୍ – ନୂତନ ଭୂତାଣୁ ଉତ୍ପାଦନ ପାଇଁ ପ୍ରୋଟିନ୍ ପାଇଁ ଜେନେଟିକ୍ କୋଡ୍ ମିଳିଥିଲା। ଏହି ଅଧ୍ୟୟନରେ କେବଳ ଭାଇରାଲ୍ ନ୍ୟୁକ୍ଲିୟିକ୍ ଏସିଡ୍ ଦେଖାଯାଇଥିଲା ଏବଂ ସଂକ୍ରାମକ ଭୂତାଣୁ ନୁହେଁ, ଅର୍ଥାତ୍ ପିଲାମାନେ ଏହି ଭୂତାଣୁ ବିସ୍ତାର କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ତଥାପି, ଏହି ଅଧ୍ୟୟନରୁ ବିଦ୍ୟାଳୟ ଏବଂ ଡେ କେୟାର ସେଣ୍ଟରରେ ଏଥିପାଇଁ ବିଶେଷ ଧ୍ୟାନ ଦେବା ଉଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.