Home ଓଡ଼ିଶା UGC ର ଫାଇନାଲ୍ ପରୀକ୍ଷା ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ – ‘ସ୍ୱତନ୍ତ୍ର ପରୀକ୍ଷା’ ବିକଳ୍ପ,...

UGC ର ଫାଇନାଲ୍ ପରୀକ୍ଷା ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ – ‘ସ୍ୱତନ୍ତ୍ର ପରୀକ୍ଷା’ ବିକଳ୍ପ, ଅଗଷ୍ଟ ୧୦ ରେ ପରବର୍ତ୍ତୀ ଶୁଣାଣି

130

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) UGCର ଜୁଲାଇ ୬ ନିର୍ଦ୍ଦେଶାବଳୀକୁ ବିରୋଧ ସୁପ୍ରୀମ କୋର୍ଟରେ ଶୁଣାଣି ହେଉଥିବା ମାମଲା ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାରଦିନ ମନା କରିଦେଇଛନ୍ତି।

ବିହାର ଏବଂ ଆସାମରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଛାତ୍ର ଅଟକି ରହିଥିବାରୁ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ଆଡଭୋକେଟ୍ ଆଲାକ୍ ଆଲୋକ ଶ୍ରୀବାସ୍ତବ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ। “ସେମାନେ କିପରି ଯାତ୍ରା କରିବେ।” ବୋଲି, ଶ୍ରୀବାସ୍ତବ ଯୁକ୍ତି କରିଥିଲେ। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ କୋର୍ଟ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାସ୍ କରୁନାହାଁନ୍ତି ଏବଂ ଅଗଷ୍ଟ ୧୦ ରେ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହି ପ୍ରସଙ୍ଗରେ MHA ସ୍ପଷ୍ଟ କରିବାକୁ କହିଛନ୍ତି। ସୋମବାର ସୁଦ୍ଧା ଏହା କରାଯିବ ବୋଲି ମେହେଟ୍ଟା ଉତ୍ତର ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହା ଭାବିବା ଉଟିତ ନୁହେଁଯେ, ପରୀକ୍ଷା ପାଇଁ ଏବେ ପ୍ରସ୍ତୁତ ହେବାକୁ ପଡ଼ିବ ନାହିଁ। ବରଂ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଅନ୍ତିମ ବର୍ଷର ଆଇନ ଛାତ୍ର ୟଶ ଦୁବେଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଦର୍ଶାଇଥିଲେ ଯେ ବର୍ତ୍ତମାନ COVID-19 ର ୧୬ ଲକ୍ଷ ମାମଲା ଅଛି, ଏବଂ UGC ର ଏଥିରେ କୌଣସି ମୁଣ୍ଡ ନଖେଳାଇ ପ୍ରତିକ୍ରିୟା ଦାଖଲ କରିଛି। ସେ ପୂର୍ବ ନିର୍ଦ୍ଦେଶାବଳୀ ଏବଂ ଜୁଲାଇ ୬ ରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପରଖିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରି କହିଛନ୍ତି ଯେ, “ପରୀକ୍ଷା ବାତିଲ ହେଲେ ସ୍ୱର୍ଗ ତଳକୁ ଖସି ପଡ଼ିବ ନାହିଁ।”

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସେପ୍ଟେମ୍ବର-ଶେଷ ସୁଦ୍ଧା ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଶେଷ ବର୍ଷର ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜୁଲାଇ ୬ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିବା ସମ୍ଭବ ନୁହେଁ।

ପ୍ରଫେସର ଆର ସି କୁହାଡ଼ଙ୍କ ନେତୃତ୍ୱରେ ଥିବା ବିଶେଷଜ୍ଞ କମିଟି ଏକ ରିପୋର୍ଟ ଦାଖଲ କରି ସୁପାରିଶ କରିଛନ୍ତି ଯେ ଟର୍ମିନାଲ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନଗୁଡ଼ିକ ଦ୍ୱାରା କରାଯିବା ଉଚିତ୍ ବୋଲି ୟୁଜିସି ସୁପ୍ରୀମ କୋର୍ଟକୁ ସୂଚନା ଦେଇଛନ୍ତି। ଜୁଲାଇ ୬ ରେ ଅନୁଷ୍ଠିତ ଏକ ବୈଠକରେ UGC ଦ୍ୱାରା ଏହି ରିପୋର୍ଟ ଉପରେ ବିଚାରବିମର୍ଶ କରାଯାଇଥିଲା ଏବଂ ଏହାକୁ ଅନୁମୋଦନ କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଦ୍ୱାରା ପରୀକ୍ଷା କାର୍ଯ୍ୟସୂଚୀକୁ ଅନୁମତି ଦେଇଥିଲା।

ସୁପ୍ରୀମ କୋର୍ଟକୁ ୟୁଜିସି କହିଛିଯେ, ସମଗ୍ର ଦେଶରେ ଛାତ୍ରମାନଙ୍କ ଏକାଡେମିକ୍ ଭବିଷ୍ୟତର ସୁରକ୍ଷା ପାଇଁ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ଯାହା ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ମଧ୍ୟ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ମଧ୍ୟ ୟୁଜିସି ଦ୍ୱାରା କୁହାଯାଇଛିଯେ, ଯଦି ଅନ୍ତିମ ବର୍ଷ / ଟର୍ମିନାଲ୍ ପରୀକ୍ଷା ନହୁଏ ତେବେ ଛାତ୍ରଛାତ୍ରୀମାନଙ୍କର ଅପୂରଣୀୟ କ୍ଷତି ହେବ।”

ସୁପ୍ରିମକୋର୍ଟ ସମଗ୍ର ଭାରତରେ ଶେଷ ବର୍ଷର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଉଥିବା UGC ନିର୍ଦ୍ଦେଶାବଳୀ ବିରୋଧରେ ଆବେଦନକୁ ଶୁଣାଣି ଜାରି ରଖିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ରେ ଧାର୍ଯ୍ୟ କରାଯାଇଛି।

ଅବଶ୍ୟ UGC ଏକ ‘ସ୍ୱତନ୍ତ୍ର ପରୀକ୍ଷା’ ବିକଳ୍ପ ଦେଇଥିବାବେଳେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ ହୋଇନାହିଁ।

ଇଣ୍ଡିଆ ଟୁଡେ ସହ ବାର୍ତ୍ତାଳାପରେ ୟୁଜିସି ଭିପି କହିଛନ୍ତି ଯେ ବିନା ପରୀକ୍ଷାରେ କୌଣସି ଡିଗ୍ରୀ ପ୍ରଦାନ କରାଯାଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.