Home Top News ପ୍ରଖ୍ୟାତ ଫେଶନ ଡିଜାଇନର୍ ସତ୍ୟ ପଲ୍ ଙ୍କ କୋଏମ୍ବାଟୁରରେ ୭୯ ବର୍ଷ ବୟସରେ ଦେହାନ୍ତ

ପ୍ରଖ୍ୟାତ ଫେଶନ ଡିଜାଇନର୍ ସତ୍ୟ ପଲ୍ ଙ୍କ କୋଏମ୍ବାଟୁରରେ ୭୯ ବର୍ଷ ବୟସରେ ଦେହାନ୍ତ

34

ଚେନ୍ନାଇ ୭-୧ (ଓଡ଼ିଆ ପୁଅ) ଭେଟେରାନ୍ ଫେଶନ୍ ଡିଜାଇନର୍ ସତ୍ୟ ପଲ୍ ଙ୍କର ତାମିଲନାଡୁର କୋଏମ୍ବାଟୁରରେ ଦେହାନ୍ତି ହୋଇଛି। ସେ ଷ୍ଟ୍ରୋକରେ ପୀଡିତ ହେବା ପରେ ଚିକିତ୍ସାଧିନ ଥିଲେ କିନ୍ତୁ ପରେ ଡାକ୍ତରଙ୍କ ପରାମର୍ଶପରେ ଡିସଚାର୍ଜ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଇଶା ଯୋଗ କେନ୍ଦ୍ରରେ ତାଙ୍କର ଦେହାନ୍ତ ହୋଇଛି।

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ଟ୍ୱିଟରରେ ଏହି ଖବର ଉପରେ ମୋହର ମାରିଛନ୍ତି। ସେ ଲେଖିଛନ୍ତି: “ସତ୍ୟପାଲ୍, ଅତୁଳନୀୟ ଉତ୍ସାହ ଏବଂ ଅବିସ୍ମରଣୀୟ ଯୋଗଦାନ ସହିତ ବଞ୍ଚିବାର ଅର୍ଥର ଏକ ଜ୍ୱଳନ୍ତ ଉଦାହରଣ। ଆପଣ ଭାରତୀୟ ଫେଶନ୍ ଇଣ୍ଡଷ୍ଟ୍ରିକୁ ଆଣିଥିବା ଭିନ୍ନ ଦୃଷ୍ଟିଭଙ୍ଗୀ ଏହା ପାଇଁ ଏକ ସୁନ୍ଦର ଶ୍ରଦ୍ଧାଞ୍ଜଳି ଅଟେ। ଆମ ମଧ୍ୟରେ ରହିବା ଏକ ସୌଭାଗ୍ୟ। ସମବେଦନା ଏବଂ ଆଶୀର୍ବାଦ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.