Home ଓଡ଼ିଶା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

83

ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ମଣିପୁରର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି। ବୁଧବାର ହିମାଚଳ ପ୍ରଦେଶର ଶିମଲାସ୍ଥିତ ତାଙ୍କ ବାସଭବନରେ ତାଙ୍କର ମୃତଶରୀର ମିଳିଛି। ସୂଚନା ପାଇ ପୋଲିସ ପହଁଚିଛି। କୁମାରଙ୍କ ପତ୍ନୀ, ଗୋଟିଏ ପୁଅ ଏବଂ ବୋହୂ ଅଛନ୍ତି।

୧୯୭୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶ୍ୱିନୀ କୁମାର ହିମାଚଳ ପ୍ରଦେଶର ଅନ୍ୟତମ ପଛୁଆ ଅଞ୍ଚଳ ସିରମାଉର ଜିଲ୍ଲାର। ଅଶ୍ୱିନୀ କୁମାର ୨୦୦୬-୨୦୦୮ ରୁ ହିମାଚଳ ପ୍ରଦେଶର ଡିଜିପି ଥିଲେ। ୨୦୦୮-୨୦୧୦ ରୁ ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ମଣିପୁର ଏବଂ ନାଗାଲାଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।

ପୋଲିସକୁ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି। ଯେଉଁଥିରେ ଲେଖାଯାଇଛି ଯେ ମୁଁ ମୋ ଜୀବନ ହାରିବାକୁ ଯାଉଛି ଏବଂ ପରବର୍ତ୍ତୀ ଯାତ୍ରା କରିବାକୁ ଯାଉଛି। ଏହି ଆତ୍ମହତ୍ୟା ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.