Home ଓଡ଼ିଶା ଚିଲିକାର ପାଇଁ ୧୫୮ କୋଟି, ଅଂଶୁପା ପାଇଁ ୨୧ କୋଟି ୨୩ ଲକ୍ଷ

ଚିଲିକାର ପାଇଁ ୧୫୮ କୋଟି, ଅଂଶୁପା ପାଇଁ ୨୧ କୋଟି ୨୩ ଲକ୍ଷ

431

ଭୁବନେଶ୍ବର ୧୭-୮ (ଓଡ଼ିଆ ପୁଅ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଉଭୟ ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ ୫ ବର୍ଷିଆ କାର୍ଯ୍ୟଖସଡ଼ାକୁ ଅନୁମୋଦନ ମିଳିଛି।

ତେବେ ଚିଲିକାର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖିଥିବା ବେଳେ ଅଂଶୁପାର ସାମଗ୍ରିକ ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନା କରାଯାଇଛି ବୋଲି ସୂଚନା ମିଳିଛି। ଏହାଫଳରେ ଚିଲିକାର ଚାରି ପାର୍ଶ୍ବରେ ଥିବା ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ସୁପ୍ରଭାବ ପଡ଼ିବ।

ଏହି ଯୋଜନାରେ ଆର୍ଦ୍ରଭୂମି ଗୁଡ଼ିକର ଚିହ୍ନଟ ଓ ପୁନରୁଦ୍ଧାର ସହିତ ସଂରକ୍ଷଣ, ପରିଚାଳନା ଓ ଜୈବ ବିବିଧତାର ସୁରକ୍ଷା ହେବ ମୂଳ ଲକ୍ଷ।

ସେହିପରି ଅଂଶୁପା ଉପରେ ନିର୍ଭର କରୁଥିବା ୨ଟି ଗ୍ରାମର ୨୫୦ ଜଣ ମତ୍ସ୍ୟଜୀବୀ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.