Home ଓଡ଼ିଶା ହୀରକ ଭବନରୁ ମୃତଦେହ ଜବତ

ହୀରକ ଭବନରୁ ମୃତଦେହ ଜବତ

177

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୋଲିସ ଗେଷ୍ଟହାଉସ ହୀରକ ଭବନରୁ ଗୃହରକ୍ଷୀଙ୍କ ମୃତଦେହ ଜବତ ହେବା ଘଟଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଚକ୍ରତୀର୍ଥ ରୋଡ଼ସ୍ଥିତ ହୀରକ ଭବନ ପରିସରରେ ଥିବା ଏକ କୋଠରିରେ କାର୍ଯ୍ୟରତ ଗୃହରକ୍ଷୀ ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। ମୃତ ଗୃହରକ୍ଷୀ ଜଣଙ୍କ ଡ଼େଲାଙ୍ଗ ଥାନା ଅନ୍ତର୍ଗତ କୁଆଳିପଡ଼ାର ସରୋଜ ପ୍ରଧାନ ବୋଲି ଜଣାପଡ଼ିଛି। ସମୁଦ୍ରକୂଳ ଥାନା ପୁଳିସ ଘଟଣା ସ୍ଥଳରେ ପହଞ୍ଚି ଗୃହରକ୍ଷୀଙ୍କ ମୃତଦେହ ଜବତ କରିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ସରୋଜ କାର୍ଯ୍ୟ ସାରି ତାଙ୍କ କୋଠରୀକୁ ଶୋଇବା ପାଇଁ ଯାଇଥିଲେ। ଶନିବାର ସକାଳେ କୋଠରୀ ଦ୍ୱାର ଖୋଲିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସେ ବ୍ୟବହାର କରୁଥିବା ବେଡ଼ସିଟ୍ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପାରିବାରିକ କଳହ ନାଁ ଉପରିସ୍ଥ ଅଧିକାରୀଙ୍କ କୌଣସି ଚାପରେ ସେ ଆତ୍ମହତ୍ୟା କରିଛନ୍ତି ଏହାର ପ୍ରକୃତ କାରଣ ଜଣାପନିନାହିଁ। ପୁଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଶବ ବ୍ୟବଛେଦ ନିମନ୍ତେ ଜିଲା ସଦର ହାସପାତାଳକୁ ପଠାଇ ଦେଇଛି। ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ। ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.