Home ଓଡ଼ିଶା ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପିର ଯାଜପୁର ବନ୍ଦ 

ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପିର ଯାଜପୁର ବନ୍ଦ 

143

ଯାଜପୁର ୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏଥିପାଇଁ ଦଳ ପକ୍ଷରୁ ସୋମବାର ଯାଜପୁର ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଯାନବାହନ ଚଳାଳଚ ବନ୍ଦ ରହିଛି। ଜାରକା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଏବଂ ଯାଜପୁର ରୋଡ୍‌ର ଦଳା ଛକଠାରେ ୨୧୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଶାସକ ଦଳର ବହୁ ବଡ ବଡ ନେତାଙ୍କ ସହ ସଂପର୍କ ଥିବା ସହ ଯାଜପୁର ଏସ.ପି. ଗିରଫ ସରପଞ୍ଚ ସ୍ୱାମୀ ଶ୍ରୀଭଦ୍ରର ମୁଖପାତ୍ର ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରି ବିଜେଡି ନେତାଙ୍କ ଫଟୋ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶିତ କରିବା ବେଳେ ବିଜେପି ନେତାଙ୍କ ସହ ଶ୍ରୀଭଦ୍ରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି ବିଜେପିର ଯାଜପୁର ବନ୍ଦ ଡାକରା ପ୍ରଭାବ ଶୂନ୍ୟ ହେବା ଦେଖିବାକୁ ମିଳିଛି।

ଏହି କ୍ରମରେ କୋରାଇ ବିଜେପି ପକ୍ଷରୁ ପାଣିକୋଇଲି ଠାରେ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ଥାନା ସମ୍ମୁଖରେ ରାଜପଥ ଅବରୋଧ କରାଯାଇଥିଲା। ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳେ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ସେଠାରେ ପହଂଚି ସେମାନଙ୍କୁ ରାସ୍ତାରୁ ଉଠାଇନେବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ଓ କିଛି ସମୟ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ବିଜେପି ପକ୍ଷରୁ ପ୍ରକାଶ ଧଳଙ୍କ ନେତୃତ୍ୱରେ ସମିତି ସଭ୍ୟ ପ୍ରମୋଦ କୁମାର ସାହୁ, ଗଭିନ ଦଳେଇ, ସରପଂଚ ଦିପ୍ତିମୟୀ କୁଅଁର, ଯୁବନେତା ପ୍ରମୋଦ ସାହୁ, କରୁଣାକର ମାଝୀ, ଶଶିଭୂଷଣ ସେନାପତି, ରବିନ୍ଦ୍ର ବେହେରା, ବିଷ୍ଣୁ ରଥ, ପ୍ରଶାନ୍ତ ଗୁରୁ, ଜତିନ ଦାସ, ଶୁସାନ୍ତ ପରିଡା, ସଂଜୟ ବାରିକ, ସାରସ ସାହୁ, ରବିନ୍ଦ୍ର ପଣ୍ଡା, ଅକ୍ଷୟ ନାୟକ, ଦିଗମ୍ବର ନାୟକ, ସଂଜୟ ଦାସ, ମନୋଜ ବାରିକ, ମାନସ ଦାସ, ରମାକାନ୍ତ ବେହେରା, ବିଦ୍ୟାଧର ତରାଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.