Home Coronavirus Outbreak ରାଜ୍ୟରେ ରେକର୍ଡ଼ – ପୁଣି କରୋନା ନେଲା ୧୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୮୬...

ରାଜ୍ୟରେ ରେକର୍ଡ଼ – ପୁଣି କରୋନା ନେଲା ୧୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି

176

ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୪ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି ପାଇଛି।

ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ନୟାଗଡ଼ ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୨- ନୟାଗଡ଼ ଜିଲ୍ଲାର ଜଣେ ୩୪ ବର୍ଷ ବୟସ୍କ ପୁରୁଷ।
୩- ନୟାଗଡ଼ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ।
୪- ଭୁବନେଶ୍ୱରର ଜଣେ ୮୪ ବର୍ଷ ବୟସ୍କା ମହିଳା।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬- ଖୋର୍ଦ୍ଧା ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୭- ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ।
୮- ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।
୯- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୦- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏକି ଶେଷ ପର୍ଯ୍ୟାୟ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୧୧- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୧୨- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୧୩- ରାୟଗଡ଼ା ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

ବାଲେଶ୍ୱର ଜିଲ୍ଲାରେ ୧, ୪୩୪ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ [+୪୨] ଜଣ ସକ୍ରୀୟ ଅଛନ୍ତି। ୧, ୦୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୩, ୦୮୮ [+୨୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୭୦ [+୨୨୭] ଜଣ ସକ୍ରୀୟ ଅଛନ୍ତି। ୧୦, ୫୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୭ [+୬]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୬, ୬୬୩ [+୨୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୩୮୬ [+୨୧୫] ଜଣ ସକ୍ରୀୟ ଅଛନ୍ତି। ୩, ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୯ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧, ୦୪୧ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୧ [+୨୯] ଜଣ ସକ୍ରୀୟ ଅଛନ୍ତି। ୬୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ [+୩]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧, ୫୦୬ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୮ [+୨୬] ଜଣ ସକ୍ରୀୟ ଅଛନ୍ତି। ୯୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୨, ୩୬୨ [+୧୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୩ [+୧୨୪] ଜଣ ସକ୍ରୀୟ ଅଛନ୍ତି। ୧, ୪୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.