Home ଅନୁଗୁଳ କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୧୦, ଅଗଷ୍ଟ

237

ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ନୂଆ ସୁସ୍ଥ ହୋଇଛନ୍ତି ୧୫୪୩ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୬୬୯୨୬୬। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି। ଏବେ ମୋଟ ସୁସ୍ଥ ହେଲେଣି ୩୧୭୮୪ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୧୫୩୩୪ ଜଣ।

ପୁଣି କରୋନା ନେଇଛି ୧୪ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି ପାଇଛି।

ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ନୟାଗଡ଼ ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୨- ନୟାଗଡ଼ ଜିଲ୍ଲାର ଜଣେ ୩୪ ବର୍ଷ ବୟସ୍କ ପୁରୁଷ।
୩- ନୟାଗଡ଼ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ।
୪- ଭୁବନେଶ୍ୱରର ଜଣେ ୮୪ ବର୍ଷ ବୟସ୍କା ମହିଳା।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬- ଖୋର୍ଦ୍ଧା ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୭- ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ।
୮- ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।
୯- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୦- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏକି ଶେଷ ପର୍ଯ୍ୟାୟ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୧୧- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୧୨- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୧୩- ରାୟଗଡ଼ା ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩୯ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୭ [+୮] ଜଣ ସକ୍ରୀୟ ଅଛନ୍ତି। ୩୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧, ୪୩୪ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ [+୪୨] ଜଣ ସକ୍ରୀୟ ଅଛନ୍ତି। ୧, ୦୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୬୪୪ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୪ [+୧୦] ଜଣ ସକ୍ରୀୟ ଅଛନ୍ତି। ୪୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୯୮୪ [+୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୪ [+୭୦] ଜଣ ସକ୍ରୀୟ ଅଛନ୍ତି। ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୬୯୬ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୧ [+୫୯] ଜଣ ସକ୍ରୀୟ ଅଛନ୍ତି। ୪୨୫ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୨୧୦ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩ [+୭] ଜଣ ସକ୍ରୀୟ ଅଛନ୍ତି। ୧୩୭ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୩, ୨୦୨ [+୭୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୦୪ [+୭୨] ଜଣ ସକ୍ରୀୟ ଅଛନ୍ତି। ୨, ୦୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୧୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୯୪ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୬୬୭ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୫ [+୧୦୭] ଜଣ ସକ୍ରୀୟ ଅଛନ୍ତି। ୩୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୨, ୦୨୦ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୧୮ [+୩୧] ଜଣ ସକ୍ରୀୟ ଅଛନ୍ତି। ୧, ୪୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୩, ୦୮୮ [+୨୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୭୦ [+୨୨୭] ଜଣ ସକ୍ରୀୟ ଅଛନ୍ତି। ୧୦, ୫୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୭ [+୬]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୮୯୨ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୫ [+୨୨] ଜଣ ସକ୍ରୀୟ ଅଛନ୍ତି। ୭୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୧, ୬୩୪ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୨ [+୩୩] ଜଣ ସକ୍ରୀୟ ଅଛନ୍ତି। ୧, ୩୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୪୦୦ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୯] ଜଣ ସକ୍ରୀୟ ଅଛନ୍ତି। ୩୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୫୧୮ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୪ [+୩୧] ଜଣ ସକ୍ରୀୟ ଅଛନ୍ତି। ୨୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୯୧୬ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୨ [+୧୭] ଜଣ ସକ୍ରୀୟ ଅଛନ୍ତି। ୫୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୬୬୮ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୬ [+୧୭] ଜଣ ସକ୍ରୀୟ ଅଛନ୍ତି। ୪୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧, ୦୪୩ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୮ [+୫] ଜଣ ସକ୍ରୀୟ ଅଛନ୍ତି। ୭୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୬, ୬୬୩ [+୨୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୩୮୬ [+୨୧୫] ଜଣ ସକ୍ରୀୟ ଅଛନ୍ତି। ୩, ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୯ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧, ୨୭୧ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୪ [+୬୭] ଜଣ ସକ୍ରୀୟ ଅଛନ୍ତି। ୭୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୯୨୬ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୬ [+୩୮] ଜଣ ସକ୍ରୀୟ ଅଛନ୍ତି। ୪୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୯୧୮ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୩ [+୨୨] ଜଣ ସକ୍ରୀୟ ଅଛନ୍ତି। ୬୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୩୮୩ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୨୩] ଜଣ ସକ୍ରୀୟ ଅଛନ୍ତି। ୨୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧, ୦୪୧ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୧ [+୨୯] ଜଣ ସକ୍ରୀୟ ଅଛନ୍ତି। ୬୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ [+୩]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୧୮୭ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬ [+୨] ଜଣ ସକ୍ରୀୟ ଅଛନ୍ତି। ୧୩୧ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୧, ୨୯୯ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୮ [+୨୬] ଜଣ ସକ୍ରୀୟ ଅଛନ୍ତି। ୭୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧, ୫୦୬ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୮ [+୨୬] ଜଣ ସକ୍ରୀୟ ଅଛନ୍ତି। ୯୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୧, ୧୬୯ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୧ [+୧୬୮] ଜଣ ସକ୍ରୀୟ ଅଛନ୍ତି। ୫୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୭୪ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬ [+୫] ଜଣ ସକ୍ରୀୟ ଅଛନ୍ତି। ୧୦୮ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୨, ୩୬୨ [+୧୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୩ [+୧୨୪] ଜଣ ସକ୍ରୀୟ ଅଛନ୍ତି। ୧, ୪୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.