ad
ଓଡ଼ିଶା

ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକର ପରିଚାଳନା ନେଇ କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ୭ଟି ରସାୟନିକ ପଦାର୍ଥର ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାଛଡା କ୍ୟାବିନେଟ କେନ୍ଦ୍ର ବହିର୍ବ୍ୟାପାର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନୀରବଚ୍ଛିନ୍ନ ଭାବେ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକ (ପିଓପି)ର ସୁପରିଚାଳନା ପାଇଁ କ୍ଷମତା ହସ୍ତାନ୍ତର କରିଛି। ଏହି ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକ ଠାରୁ ପରିବେଶ ଓ ମାନବ ସଂପଦକୁ ରକ୍ଷା କରିବା ପାଇଁ ଷ୍ଟକହୋମ ଅଧିବେଶନରେ ଏକ ରାଜିନାମା ସ୍ଵାକ୍ଷରିତ ହୋଇଥିଲା, ଯେଉଁଥିରେ ପରିବେଶକୁ ଦୂଷିତ କରୁଥିବା ବିଭିନ୍ନ ରସାୟନିକ ପଦାର୍ଥ, ଜନସାଧାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ଦୂଷିତ କରୁଥିବା ଜିନିଷ ସମ୍ପର୍କରେ କୁହାଯାଇଛି। ଏହିସବୁର ସଂସ୍ପର୍ଶରେ ଆସିଲେ କର୍କଟ ରୋଗ, ସ୍ନାୟୁବିକ କ୍ଷତି, ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଜନନ କ୍ଷମତା ହ୍ରାସ ଏବଂ ଶିଶୁମାନଙ୍କ ବିକାଶ ବାଧିତ ହୋଇଥାଏ। ଷ୍ଟକହୋମ ଅଧିବେଶନ ପରେ ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ଆଲୋଚନା ଚକ୍ର ଇତ୍ୟାଦି ଜରିଆରେ ଏହାର ସଦସ୍ୟ ଦେଶଗୁଡିକ ପର୍ଯ୍ୟାଲୋଚନା କରିଥିଲେ।

ଭାରତ ଷ୍ଟକହୋମ ଅଧିବେଶନକୁ ଜାନୁୟାରୀ ୬, ୨୦୧୩ରେ ଧାରା ୨୫(୪) ଅଧୀନରେ ସ୍ଵୀକୃତି ଦେଇଥିଲେ। ସୁସ୍ଥ ପରିବେଶ ଏବଂ ମାନବିକ ସ୍ୱାସ୍ଥ୍ୟ ପ୍ରତି ବିପଦ ପ୍ରତି ଅଙ୍ଗୀକାରବଦ୍ଧ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣ ନିୟମ ସମ୍ପର୍କରେ ମାର୍ଚ୍ଚ ୦୫, ୨୦୧୮ରେ ବିଜ୍ଞପ୍ତି ଜାରି କରିଥିଲେ। ପରିବେଶ ସୁରକ୍ଷା ଆଇନ ୧୯୮୬ ଅଧୀନରେ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ନିୟମ ଅନ୍ୟମାନଙ୍କ ମଧ୍ୟରେ ୭ଟି ରସାୟନିକ ପଦାର୍ଥର ପ୍ରସ୍ତୁତୁ, ବ୍ୟବସାୟ, ବ୍ୟବହାର, ଆମଦାନୀ ଓ ରପ୍ତାନିକୁ ନିଷିଦ୍ଧ କରିଥିଲା। ଏହି ୭ଟି ରସାୟନିକ ପଦାର୍ଥ ହେଲା –

(i) Chlordecone, (ii) Hexabromobiphenyl, (iii) Hexabromodiphenyl ether and Heptabromodiphenylether (Commercial octa-BDE), (iv) Tetrabromodiphenyl ether and Pentabromodiphenyl ether (Commercial penta-BDE), (v) Pentachlorobenzene, (vi) Hexabromocyclododecane, and (vii) Hexachlorobutadiene ।

ଏହି ସମସ୍ତ ରସାୟନିକ ପଦାର୍ଥ ଷ୍ଟକହୋମ ଅଧିବେଶନରେ ନୀରବଚ୍ଛିନ୍ନ ଜୈବ ପ୍ରଦୂଷଣକାରୀ ବସ୍ତୁ ଭାବେ ଚିହ୍ନଟ କରାଯାଇଛି। ଏହି ପିଓପି ସଂକ୍ରାନ୍ତରେ କ୍ୟାବିନେଟର ଅନୁମୋଦନ ଆମ ଦେଶର ଆନ୍ତର୍ଜାତିକ କାଇଦା କଟକଣାକୁ ପାଳନ କରିବାର ପ୍ରତିବଦ୍ଧତାକୁ ଜାହିର କରିଥାଏ। ପରିବେଶ ଓ ମାନବ ସମ୍ପଦର ସୁରକ୍ଷା ଲାଗି ପିଓପି ବିରୁଦ୍ଧରେ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହିସବୁ ରସାୟନିକ ପଦାର୍ଥର ଉତ୍ପାଦନ ଓ ହୋର୍ଡିଙ୍ଗ ଉପରେ ସମୀକ୍ଷା କରାଯାଇପାରିଥାଏ। ଏହି ଅନୁମୋଦନ ପ୍ରକ୍ରିୟା ଯୋଗୁଁ ଦେଶ ଏହିସବୁର ନିୟନ୍ତ୍ରଣ ଲାଗି ବିଶ୍ଵବ୍ୟାପୀ ସହାୟତା ଓ ସମର୍ଥନ ପାଇପାରିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top