Home ଜିଲ୍ଲା ପରିକ୍ରମା କୋଟିଏ ଟଙ୍କାର କାମ ଠିକାଦାର ଓ ସ୍ଥାନୀୟ ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଛି

କୋଟିଏ ଟଙ୍କାର କାମ ଠିକାଦାର ଓ ସ୍ଥାନୀୟ ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଛି

5

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାର ମାଉସୀ ମାଆ ମନ୍ଦିର ଠାରୁ ଗର୍ଦ୍ଧନପୁର ଏକ କିମି ଦୀର୍ଘ ରାସ୍ତା କାମ ପାଇଁ ଆସିଛି ୧କୋଟିରୁ ଅଧିକ ଟଙ୍କା, ହେଲେ ଠିକାଦାର ମନଇଚ୍ଛା କାମ କରିଚାଲିଛନ୍ତି! ଏହି ଢ଼ଳେଇ ରାସ୍ତାର କେଉଁଠି ଖାଲ ତ କେଉଁଠି ଢିପ! କୋଟିଏ ଟଙ୍କାର କାମ ଯେମିତି ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର କାମ ହେଉ ଥିବା ଭଳି ମାନେ ହେଉଛି! ସାଳନ୍ଦୀ ଇରିଗେସନ ଅନ୍ତର୍ଭୁକ୍ତ ଏହି କାମରେ ଠିକାଦାର ଓ କିଛି ସ୍ଥାନୀୟ ନେତାଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି! ନା ଠିକ ଅନୁପାତ ରେ ଚିପ୍ସ ଦିଆଯାଉଛି ନା ସିମେଣ୍ଟ! କାମ ପରେ ପାଣି ବି ଦିଆ ଯାଉ ନ ଥିବା ବେଳେ ପାଣି ପାଇଁ ବର୍ଷା ଏକମାତ୍ର ଭରଷା ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି!ଏଠାରେ ସ୍ମରଣଯୋଗ୍ୟ ରାଣୀତାଲ ବଜାର ପଛ ଦେଇ ଯାଇଥିବା ଏହି କେନାଲ ରାସ୍ତା ଉପରେ ପ୍ରାୟ ଶହେ ଘର ଓ ବଜାରର ଅଧିକାଂଶ ଦୋକାନୀ ନିର୍ଭରଶୀଳ ଥିଲା ବେଳେ ଏଭଳି ନିମ୍ନମାନର କାମକୁ ନାପସନ୍ଦ କରିଛନ୍ତି! ଜଳସେଚନ ବିଭାଗର ଯନ୍ତ୍ରୀ ସର୍ଜମିନ ତଦନ୍ତ ସହ ରାସ୍ତାକାମ ଠିକ ନ କଲେ ରାସ୍ତାକାମ ବନ୍ଦ କରିବାକୁ ରାଣୀତାଲବାସୀ ଦାବୀ କରିଛନ୍ତିି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.