Home ଜିଲ୍ଲା ପରିକ୍ରମା ନଈକୂଳରେ ଗାଁ’ ନିକଟରେ ମିଳୁନି ସ୍ୱଚ୍ଛ ପାନୀୟ ଜଳ

ନଈକୂଳରେ ଗାଁ’ ନିକଟରେ ମିଳୁନି ସ୍ୱଚ୍ଛ ପାନୀୟ ଜଳ

5

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଈକୂଳରେ ଘର।ଗାଁ’ ନିକଟରେ ସୁଉଚ୍ଚ ଟାଙ୍କି।ହେଲେ ମିଳୁନି ସ୍ୱଚ୍ଛ ପାନୀୟ ଜଳ।ଏହାକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଏବେ ପାନୀୟ ଜଳ ବିଭାଗର ଯନ୍ତ୍ରୀ ହେଜିଛନ୍ତି।ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀ କୂଳରେ ଅବସ୍ଥିତ ବନ୍ଦାଳ-ମଢ଼ିଆଳି ଗ୍ରାମର ଲୋକଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି।ଅନେକ ପରିବାର ଏଥିରୁ ପାଣି ପାଉଥିବା ବେଳେ କେତେକ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି।ନିର୍ମାଣ ଓ ପାଇପ ଲାଇନ ଯୋଗାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଗ୍ରାମର ଅନେକ ପରିବାରକୁ ସଂଯୋଗ ଦେଇନଥିବା ବେଳେ ସେମାନେ ଘରୋଇ ବ୍ୟବସ୍ଥାରେ ନଳକୂପ ପାଣି ବ୍ୟବହାର କରୁଥିଲେ।ମାତ୍ର ଚଳିତ ବର୍ଷ ଭୂତଳ ଜଳ ସ୍ତର ହ୍ରାସ ପାଇଥିବାରୁ ଅଧିକାଂଶ ନଳକୂପ ଅଚଳ ହୋଇପଡ଼ିଥିଲା ।ଫଳରେ ଗ୍ରାମର ସତ୍ୟବ୍ରତ ପତି, ସୁରେଶ ପତି, ଦୈତାରୀ ପରିଡ଼ା,ମନୋରଞ୍ଜନ ପଣ୍ଡା,ପ୍ରଫୁଲ୍ଲ ପତି,ଜଗନ୍ନାଥ ବେହେରା, ସୁରେନ୍ଦ୍ର ରାଉତ ପ୍ରମୁଖ ପାନୀୟ ଜଳ ବିଭାଗ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କରିଥିଲେ। ଯଥାଶୀଘ୍ର ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରି ୧୫ ଦିନ ମଧ୍ୟରେ କାର୍ଯ୍ୟ କରିବାକୁ ଲିଖିତ ଭାବେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.