ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ଭଣ୍ଡାରିପୋଖରୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଇଧର ସ୍ୱାଇଁଙ୍କର ୮୪ ବର୍ଷ ବୟସରେ ପହିଲି ରଜ ସକାଳେ ପରଲୋକ ହୋଇଯାଇଛି।ସକାଳ ପ୍ରାୟ ୬ଟା ବେଳେ ସ୍ୱର୍ଗତ ସ୍ୱାଇଁ ରାଜେନ୍ଦ୍ରପୁର ସ୍ଥିତ ନିଜ ବାସଭବନରେ ଅସୁସ୍ଥ ହୋଇ ପଡ଼ିଯାଇଥିଲେ।ତାଙ୍କୁ ତୁରନ୍ତ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ଅନେକ ଶିକ୍ଷକ, ବିଭିନ୍ନ ସଙ୍ଗଠନର କାର୍ଯକର୍ତ୍ତା,ରାଜନୈତିକ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କ ବିୟୋଗରେ ଶିକ୍ଷକ ମହଲରେ ଓ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।ଏକ ଶୋଭାଯାତ୍ରାରେ ମରଦେହ ପରିକ୍ରମା କରାଯାଇ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା।








