Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ଚଉଁରୀ ମହୋତ୍ସବ,ମନମୋହିଲା ଛୁଙ୍କ ପଖାଳ ଓ ପୋଡପିଠା

ରାଜ୍ୟସ୍ତରୀୟ ଚଉଁରୀ ମହୋତ୍ସବ,ମନମୋହିଲା ଛୁଙ୍କ ପଖାଳ ଓ ପୋଡପିଠା

5

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଚଉଁରୀ ଗାଁର ବଡ଼ଦାଣ୍ଡରେ ଚଉଁରୀ ମହୋତ୍ସବ ରବିବାର ପହିଲିରଜରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଛୁଙ୍କ ପାଖକ , ପୋଡ଼ପିଠା ଓ ରଜଦୋଳି ସମସ୍ତଙ୍କ ମନମୋହିଥିଲା।ଏହି ରଜ ମହୋତ୍ସବରେ ଗାଁର ଭଣଜା ମାନଙ୍କୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇବା ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା। ଏହି ଅବସରରେ ରଜ ମହୋତ୍ସବ କମିଟି ସଭାପତି ଅଜୟ କୁମାର ନାୟକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ସଂସ୍କୁତି ମଣିଷର ଅନ୍ତର୍ନିହିତ ଚେତନା। ସମସ୍ତଙ୍କର ମାନସିକତାର ପରିବର୍ତ୍ତନ ହେଲେ ସଂସ୍କୃତି ପରମ୍ପରା ଉଜ୍ଜୀବିତ ହୋଇ ରହିପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ସମ୍ନାନିତ ଅତିଥି ଭାବେ ବରିଷ୍ଠ କବି ଦୀନବନ୍ଧୁ ପତି, ଡ. ଲଷ୍ମୀଧର ତ୍ରିପାଠୀ, ସ୍ତମ୍ଭକାର ଡ. ବିଶ୍ୱରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସଂସ୍କୃତି ପରମ୍ପରା ଅବକ୍ଷୟ ନହେବା ଉପରେ ଆଲୋକପାତ କରିବା ସହ ରଜପର୍ବ ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବଭାବେ ପରିଗଣିତ ହୋଇଆସିଛି ବୋଲି କହିଥିଲେ। ସମ୍ପାଦକ ରତିକାନ୍ତ ଦାସ ବିବରଣୀ ପାଠ କରିଥିଲେ କ୍ଷ ଯଯାତି କେଶରୀ ଦାସ ଧନ୍ୟବାଦ ଦେଇଥିଲେ କ୍ଷ ପ୍ରଥମ ଅଧିବେଶନରେ କବୀ ବିଶ୍ୱମୈତ୍ରୀ ନାୟକ ଓ ବିଜୟ ବେହେରାଙ୍କ ସଂଯୋଜନାରେ ଏକ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ଆଇନି ଜୀବୀ ଉମାକାନ୍ତ ଦାସ ଓ ଚିନ୍ତାମଣି ଦାସ, ଗଣେଶ ପ୍ରସାଦ ନାୟକ, ପ୍ରଦୋଷ ସ୍ୱାଇଁ,ହୃଷିକେଶ ପାଢ଼ୀ, ପି ହୃଷିକେଶ, ନିତ୍ୟାନନ୍ଦ ପଟ୍ଟନାୟକ, ମୁକୁନ୍ଦଦେବ ନାୟକ, ଅଜୟ କୁମାର ରାଉତ, ଦେବେନ୍ଦ୍ର ମହାଳିକ, ଜୟନ୍ତ କୁମାର ନାୟକ,ପିତାମ୍ବର ସେଠୀ, ସୁରେଶ ଦାସ,ଧୀରେନ୍ଦ୍ର ସାହୁ,ବଳରାମ ମଲ୍ଲିକ,ନିରଞ୍ଜନ ପାଢ଼ୀ,ସୁବାଷ ମହାନ୍ତି,ଆଶୁତୋଷ କରଣ, ଜଗବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତରହି କବିତା ପାଠ କରିଥିଲେ। ଉତ୍ସବ ପରେ ସମସ୍ତଙ୍କୁ ଛୁଙ୍କ ପଖାଳ ପରିବେଷଣ କରାଯାଇଥିଲା କ୍ଷ ପ୍ରଥମେ ଅତିଥିମାନେ ଝୁଲଣରେ ଝୁଲି ପରମ୍ପରାକୁ ବଜାୟ ରଖିଥିଲେ।ଅପରାହ୍ନରେ ପିଲାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ମୁରୁଜ, ରଙ୍ଗୋଲି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କ୍ଷ କମିଟି ପକ୍ଷରୁ ରମେଶ ଚନ୍ଦ୍ର ଦାସ, ଗୋଲକ ପଣ୍ଡା, ଜ୍ଞାନେନ୍ଦ୍ର ଦାସ,ସୋମାନୀ ଦାସ, ଅପୂର୍ବ ରଞ୍ଜନ ଦାସ, , ପ୍ରତୀକ୍ଷା ଦାସ, ସ୍ଥିତିକ୍ଷା ଦାସ, ମନୋରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.