Home ଜିଲ୍ଲା ପରିକ୍ରମା ରଜ ଅବସରରେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ପରିସରରେ ଆୟୋଜିତ ମହିଳା ମୈତ୍ରୀ ମିଳନ (ବନ୍ଧୁ ମିଳନ)

ରଜ ଅବସରରେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ପରିସରରେ ଆୟୋଜିତ ମହିଳା ମୈତ୍ରୀ ମିଳନ (ବନ୍ଧୁ ମିଳନ)

10

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶାର ଗଣପର୍ବ ରଜ ଅବସରରେ ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ପରିସରରେ ଆୟୋଜିତ ମହିଳା ମୈତ୍ରୀ ମିଳନ (ବନ୍ଧୁ ମିଳନ) କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଦଳର ମହିଳା ମୋର୍ଚ୍ଚାର ମା’ ଓ ଭଉଣୀମାନଙ୍କ ସହ ବେଶ କିଛି ସମୟ ଅତିବାହିତ କରି ହିନ୍ଦୁ ସଂସ୍କୃତିର ମହାନ ପରମ୍ପରା ବିଷୟରେ ଅବଗତ କରାଇଥିଲେ।ଏବଂ ରଜ କେବଳ ଏକ ପର୍ବ ନୁହେଁ ଏହା ନାରୀ ସମ୍ମାନ, ସଂସ୍କୃତି ଓ ସାମାଜିକ ସମରସତାର ଏକ ଅନନ୍ୟ ପର୍ବ। ନାରୀଶକ୍ତିର ସମ୍ମାନ ଓ ସଶକ୍ତିକରଣ ମାଧ୍ୟମରେ ହିଁ ଏକ ସମୃଦ୍ଧ ଓ ସଶକ୍ତ ସମାଜ ଗଠନ ସମ୍ଭବ ବୋଲି ନିଜ ଅଭିବ୍ୟକ୍ତି ରଖିଥିଲେ। ଏହି ଉତ୍ସବରେ ରଜ ପିଠା, ରଜ ପାନ, ରଜ ଦୋଳି ଏବଂ ଓଡ଼ିଆ ପରମ୍ପରାର ବିଭିନ୍ନ ଆୟୋଜନ ମାଧ୍ୟମରେ ରଜର ସାଂସ୍କୃତିକ ଗୌରବ ଓ ନାରୀଶକ୍ତି ପ୍ରତି ସମ୍ମାନର ଭାବନା ସମ୍ପର୍କରେ ଅନୁଭବ କରିବାର ସୁଯୋଗ ମିଳିଥିବାରୁ ସେ ସମସ୍ତ ଭଉଣୀମାନଙ୍କୁ ସ୍ନେହ ଓ ସଦିଚ୍ଛା ଜଣାଇଥିଲେ।ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଓ ଭଉଣୀମାନଙ୍କୁ ଅଳତା ପରିଧାନ କରାଯାଇ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.