Home ଓଡ଼ିଶା ଭାରତ-ଫିନ୍‌ଲ୍ୟାଣ୍ଡ ଭୂତତ୍ତ୍ୱ ଓ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ଭାରତ-ଫିନ୍‌ଲ୍ୟାଣ୍ଡ ଭୂତତ୍ତ୍ୱ ଓ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

54

ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ଖଣି, ଭୂତତ୍ତ୍ୱ ଓ ଖଣିଜ ସମ୍ପଦର ଉତ୍ତୋଳନ ଓ ବିକାଶ ପାଇଁ ମିଳିତଭାବେ କାର୍ଯ୍ୟ କରିବାକୁ ଭାରତ ଏବଂ ଫିନ୍‌ଲ୍ୟାଣ୍ଡ ରାଜି ହୋଇଛନ୍ତି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ତାହାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଂକେତ ପ୍ରଦାନ କରାଯାଇଛି। ଏହି ବୁଝାମଣାପତ୍ରରେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ), ଖଣି ମନ୍ତ୍ରଣାଳୟ ଏବଂ ଫିନ୍‌ଲ୍ୟାଣ୍ଡର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏବଂ ସେଠାକାର ନିଯୁକ୍ତି ଓ ଅର୍ଥନୀତି ମନ୍ତ୍ରଣାଳୟ ସ୍ୱାକ୍ଷର କରିବେ।

ଏହି ବୁଝାମଣା ପରେ ଫିନ୍‌ଲ୍ୟାଣ୍ଡ ସହଯୋଗରେ ଭାରତରେ ଅତ୍ୟାଧୁନିକ ଭୂତାତ୍ତ୍ୱିକ ସର୍ଭେ, ଖଣିଜ ସଂପଦର ଆକଳନ, ୩/୪ଡି ମଡେଲିଂ ଏବଂ ସେସ୍‌ମିକ୍‌ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରାଯିବ। ଏହି ବୁଝାମଣା ଅନୁସାରେ ଦୁଇଦେଶ ମଧ୍ୟ ଖଣିଜ ସମ୍ବଳର ମିଳିତ ଉପଯୋଗ ପାଇଁ ସୁଯୋଗ ପାଇବେ। ଏହାଛଡା ଆର୍ଥିକ, ସାମାଜିକ ଓ ପରିବେଶଗତ ଉନ୍ନତି ପାଇଁ ଦୁଇଦେଶ ମିଳିତଭାବେ କାମ କରିବେ।

ଜିଏସ୍‌ଆଇ ଭାରତ ସରକାରଙ୍କ ଏକ ପୁରାତନ ଓ ବେଶ୍‌ଦକ୍ଷ ସଂସ୍ଥା। ଏହା ଖଣିଜ ସଂପଦର ଆକଳନ, ଠାବ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରୁଛି। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଉଛି। ନିଜର କାର୍ଯ୍ୟ ପରିସରକୁ ବଢାଇବା ଏବଂ ଅଧିକ ଦକ୍ଷ କରିବା ପାଇଁ ଜିଏସ୍‌ଆଇ ଫିନ୍‌ଲ୍ୟାଣ୍ଡ ସହ ମିଳିମିଶି କାମ କରିବାକୁ ଆଗ୍ରହୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.