Home ଓଡ଼ିଶା ତ୍ରିରଙ୍ଗାର ଅପମାନ ସହିବ ନାହିଁ ହିନ୍ଦୁସ୍ଥାନ: ରାଷ୍ଟ୍ର ପାଇଁ ଉପବାସ କରିବ ବିଜେପି ଯୁବମୋର୍ଚ୍ଚା ..

ତ୍ରିରଙ୍ଗାର ଅପମାନ ସହିବ ନାହିଁ ହିନ୍ଦୁସ୍ଥାନ: ରାଷ୍ଟ୍ର ପାଇଁ ଉପବାସ କରିବ ବିଜେପି ଯୁବମୋର୍ଚ୍ଚା ..

43

ଭୁବନେଶ୍ୱର/ଭଦ୍ରକ: ଗତ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀ ଲାଲକିଲ୍ଲାରେ କୃଷକଙ୍କ ନାମ ନେଇ କିଛି ଦେଶ ବିରୋଧୀ ତତ୍ତ୍ୱ ରାଷ୍ଟ୍ର ଓ ତ୍ରିରଙ୍ଗାକୁ ଅପମାନିତ କରିଥିଲେ। ଏହା ବିରୋଧରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୩୦ ତାରିଖ ଶନିବାର ଦିନ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦିନ ତମାମ ସାମୂହିକ ଉପବାସ ରଖି ନିରବ ପ୍ରତିବାଦ ଜଣାଇବ। ସକାଳ ୭ଟାରୁ ଏହି ଉପବାସ ଏବଂ ନିରବ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ସକାଳ ୭ ଘଟିକା ସମୟରେ ଏହି “ରାଷ୍ଟ୍ର ପାଇଁ ଉପବାସ” କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ରାଷ୍ଟ୍ରପ୍ରେମ ଜାହିର କରିବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି।
/-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.